କନକ ବ୍ୟୁରୋ: ରାସ୍ତାରେ ଗଜରାଜ । ଗାଡି ଅଟକାଉଛି, ଖାଦ୍ୟ ଦେଲେ ଖାଇ ଜଙ୍ଗଲ ଭିତରକୁ ପଳାଇ ଯାଉଛି । ଖାଦ୍ୟ ନଦେଲେ ଭଙ୍ଗାରୁଜା କରୁଛି । ସୁନ୍ଦରଗଡ଼ କୋଇଡା ବରସୁଆଁ ରାସ୍ତାରେ ଏପରି ଦୃଶ୍ୟ କିଛି ଦିନ ହେବ ଦେଖିବାକୁ ମିଳୁଛି । ଗତକାଲି ରାଉରକେଲାରୁ ଟେନସା ଆସୁଥିବା ଏକ ଗାଡିକୁ ଅଟକାଇଥିଲା ହାତୀ । ଗାଡିକୁ ଭଙ୍ଗାରୁଜା କରିଥିଲା । ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ଚିକତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ସେହିପରି ଗତକାଲି ମଧ୍ୟ ଟେନସା ବରସୁଆଁ ଘାଟିରେ ଗାଡି ଚଳାଚଳ ବନ୍ଦ ରହିଥିଲା । ରାତିରେ ମଧ୍ୟ ରାସ୍ତାକୁ ପଳାଇ ଆସିଥିଲା ହାତୀ । ରାସ୍ତାରେ ଯାଉଥିବା ଲୋକେ ହାତୀ ଦେଖିବାକୁ ଭିଡ ଜମାଇଥିଲେ । ପ୍ରାୟ ୨ ଘଂଟା ଧରି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/7-14.jpg)