କନକ ବ୍ୟୁରୋ : ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟର ଅନେକ ସହରର ତାପମାତ୍ରା ଡେଇଁଲାଣି ୪୦ ଡିଗ୍ରୀ । ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତେ ଆଉଟୁପାଉଟୁ । ତାତିରୁ ଟିକେ ତ୍ରାହି ପାଇବାକୁ ହାତୀପଲ ଜଳକ୍ରୀଡା କରୁଥିବା ଦେଖିବାକୁ ମିଳିଛି । ଯୋଡାର କାଳିଆପ୍ରସାଦରେ ହାତୀପଲ ଜଳକ୍ରୀଡା କରୁଥିବା ବେଳେ ଲୋକମାନେ ଏହାର ଭିଡିଓ ଉତୋଳନ କରିଛନ୍ତି । ହାତୀଙ୍କ ଗାଧୋଉଥିବାର ଦୃଶ୍ୟ ଦେଖିବାକୁ ଲୋକମାନେ ଭିଡ ଜମାଇଛନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ହାତୀପଲ ଉପରେ ବନ ବିଭାଗ ନଜର ରଖିଛି ।