କନକ ବ୍ୟୁରୋ: ଢେଙ୍କାନାଳରେ ହାତୀ ଆତଙ୍କ । ଷଡ଼ଙ୍ଗୀ ବାଇସିଙ୍ଗା ପଂଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଆତଙ୍କ । ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି । ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି । ବର୍ଷକ ଅମଳ ଫସଲ ହାତୀ ଉଜାଡିବାକୁ ବସିଥିବା ବେଳେ ହାତୀ ଘଉଡାଇବାକୁ ଚାଷୀ ଅନୁରୋଧ କରିଛନ୍ତି । ଗାଁରୁ ନେଇ ଧାନ କ୍ଷେତରେ ପଶି ରହିଛନ୍ତି ହାତୀ ପଲ । ଏବେ ଷଡଙ୍ଗୀ ରେଞ୍ଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।
ଢେଙ୍କାନାଳରେ ହାତୀ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ କଲେ ନଷ୍ଟ ।
/kanak/media/post_attachments/wp-content/uploads/2023/12/vlcsnap-2023-12-10-11h48m16s160.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)