ହାତୀ ଦେଇଗଲା ଦୁଃଖ ! ଦନ୍ତା ଦଳିଦେଇଗଲା ଚାଷୀର ଚାଷ ଜମି । ପନିପରିବା ଫସଲକୁ ଉଜାଡି ଦେଇଛି ହାତୀ, ଋଣ ସୁଝିବେ କେମିତି ଚିନ୍ତାରେ ଚାଷୀ

Advertisment
ହାତୀ ଦେଇଗଲା ଦୁଃଖ ! ଦନ୍ତା ଦଳିଦେଇଗଲା ଚାଷୀର ଚାଷ ଜମି । ପନିପରିବା ଫସଲକୁ ଉଜାଡି ଦେଇଛି ହାତୀ, ଋଣ ସୁଝିବେ କେମିତି ଚିନ୍ତାରେ ଚାଷୀ

କନକ ବ୍ୟୁରୋ: ଗଜରାଜଙ୍କର ତାଣ୍ଡବ ନୀଳା କେବଳ ପିପିଲି ଅଞ୍ଚଳରେ ନର ହତ୍ୟା କରି ଫେରିଛି ତାହା ନୁହେଁ ତାହା ସହିତ ଉଜୁଡିଗଲା ପରିବା ଚାଷ। ନରହନ୍ତା ଦନ୍ତା ଦଳିଚକଟି ନଷ୍ଟ କଲା ପନିପରିବା ଫସଲ।ସେପଟେ ଧ।ର କରଜ କରି ଚାଷ କରିଥିବା ପନିପରିବା ଚାଷୀ ଋଣ ଭାର ନେଇ ଚିନ୍ତାଗ୍ରସ୍ତ ଥିବା ବେଳେ କ୍ଷତି ଭରଣା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛି।

ନରହନ୍ତା ଦନ୍ତା ପିପିଲିରେ ତାଣ୍ଡବ କରି ଭୁବନେଶ୍ୱର ଚନ୍ଦକାକୁ ଅଭୟାରଣ୍ୟକୁ ଫେରି ଆସିିଛି । ଏଥିରେ ହାତୀର ଦୋଷ ନଥିବା ପିସିସିଏଫ କହିଥିବା ବେଳେ ହାତୀ ଦଳି ଚକଟି ନଷ୍ଟ କରିଥିବା ପରିବା ଫସଲକୁ ଦେଖି ଚାଷୀର ହୋସ ଉଡିଯାଉଛି । ସକାଳ ୭ଟାରୁ ରାତି ୮ଟା ଯାଏଁ ପିପିଲି, ବଳଙ୍ଗା ଓ ଡେଲାଙ୍ଗ ଅଂଚଳରେ ଚାଷ ଜମିରେ ଉତ୍ପାତ କରିଥିଲା ଦନ୍ତା । ହାତୀ ପାଦ ତଳେ ନଷ୍ଟ ହୋଇଛି, କଖାରୁ, ପୋଟଳ ଓ ଲଙ୍କା ଚାଷ ।

ପନିପରିବା ଚାଷରୁ ଦୁଇ ପଇସା ରୋଜଗାର କରିବା ପାଇଁ ଚାଷୀ ଆଶା ବାନ୍ଧିଥିଲେ । ହେଲେ ହାତୀ ଉପଦ୍ରବ ଯୋଗୁ ସେ ଆଶା ମଉଳି ଯାଇଛି । ହାତୀ ଆକ୍ରମଣରେ ମୃତାହତ ପରିବାରକୁ ସରକାରୀ ସହାୟତା ମିଳିଥିବା ବେଳେ ହୀତି ଉପଦ୍ରବରେ ନଷ୍ଟ ହୋଇଥିବା ଫସଲ ପ୍ରତି ପ୍ରଶାସନ ନଜର ଦେଉନଥିବା ଚାଷା ଅଭିଯୋଗ କରିଛନ୍ତି । ସେପଟେ ଫସଲ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ପିପିଲି ତହସିଲଦାର । ପ୍ରଶାସନିକ ଅଧିକାରୀ ତ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କେବେ ହେବ ପନିପରିବା ଚାଷ ନଷ୍ଟର କ୍ଷୟକ୍ଷତି ଆକଳନ ଆଉ କେବେ ମିଳିବ କ୍ଷତିପୂରଣ ତାହା କେବଳ ସମୟ ହିଁ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe