କନକ ବ୍ୟୁରୋ : ଖୋର୍ଦ୍ଧା ମେଡ଼ିକାଲ ନିକଟ କାଜୁ ଜଙ୍ଗଲରେ ହାତୀ ପଲଙ୍କ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ପଶି ମେଡ଼ିକାଲ ପାଚେରୀ ଭାଙ୍ଗିଥିବାର ଦେଖିବାକୁ ମିଳିଛି । ମାଇକ ଯୋଗେ ଲୋକଙ୍କୁ ସତର୍କ କରାଉଛି ବନବିଭାଗ । ସେହିପରି ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼େଇବା ପାଇଁ ପ୍ରୟାସ କରିଛି ବନବିଭାଗ ।

Advertisment

ଗତକାଲି ରାତିରେ ଖୋର୍ଦ୍ଧା ସହର ନିକଟ ଜିରପୁଟରେ ୧୭ ଟିକିଆ ହାତୀପଲ ପଶି ଉତ୍ପାତ ମଚାଇଥିଲେ । ତେବେ ଏହି ୧୭ ଟିକିଆ ହାତୀ ପଲ ଚନ୍ଦକା ଜଙ୍ଗଲରୁ ଆସି ରାସ୍ତା ଉପରେ ବୁଲିବା ସହ ବ୍ୟାପକ ଧାନ ଫସଲ ନଷ୍ଠ କରୁଛନ୍ତି । ରାସ୍ତା ଉପରେ ହାତୀ ପଲ ବୁଲାବୁଲି କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।