କନକ ବ୍ୟୁରୋ: ଧାନ କିଆରିରେ ପସିଲେ ହାତୀପଲ । ଏକର ଏକର ପାଚିଲା ଧାନ କିଆରୀ ଭିତାର ହାତୀ ପଲ ପଶି ଧାନ ଚାଷ ନଷ୍ଟ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଆଉ ହାତୀପଲଙ୍କୁ ଘଉଡ଼େଇବାକୁ ଚେଷ୍ଟା କରୁଥିବା ଗାଁ ଲୋକଙ୍କୁ ମାରିବାକୁ ଗୋଡ଼ାଉଛନ୍ତି ହାତୀ ପଲ । ହାତୀ ଭୟରେ ଲୋକେ ଜୀବନ ବିକଳରେ ଚାଷ ଜମିରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି ।
ମୟୂରଭଂଜ ରାସଗୋବିନ୍ଦପୁର ବ୍ଲକ ଆମରଦା ଅଂଚଳରୁ ଆସିଛି ହାତୀ ଉପଦ୍ରବର ଘଟଣା । ତେବେ ଗୋଟିଏ କି ଦୁଇଟି ନୁହଁ ପଲ ପଲ ହାତୀ ଏକା ସାଙ୍ଗରେ ଚାଷ ଜମିରେ ପସି ଲୋକଙ୍କ ସୁନାର ଫସଲ ନଷ୍ଟ କରିଛନ୍ତି । ଚାଷୀ ବର୍ଷ ଯାକ ପରିଶ୍ରମ କରି ଭଲ ଅମଳ କରିବା ଆଶା ରଖିଥିଲେ । ଚାଷ ମଧ୍ୟ ଭଲ ହୋଇଛି । ହେଲେ ଧାନ ଘରକୁ ଆଣିବା ବେଳକୁ ହାତୀଙ୍କ ଏଭଳି ଉତ୍ପାତ ଲୋକଙ୍କ ଚିନ୍ତା ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/16-19.jpg)