କନକ ବ୍ୟୁରୋ: ପିପିଲିରେ ମାତିଲା ଦନ୍ତା । ଗୋଟିଏ ଘଂଟାରେ ଦୁଇଜଣଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । ଏହାକୁ ନେଇ ପିପିଲି କଣାସ, ଡେଲାଙ୍ଗ ଅଂଚଳରେ ଆତଙ୍କ ଖେଳିଯାଇଛି । ପୁରୀ ଜିଲ୍ଲା ନିମାପଡା ବ୍ଲକର ଗୋପିନାଥପୁର ଓ ପିପିଲି ଚନ୍ଦ୍ରାଦେଇପୁରରେ ଦୁଇ ଜଣଙ୍କୁ ଦଳି ମାରିଦେଇଛି ଦନ୍ତା ହାତୀ । ୫ ଜଣ ଆହତ ହୋଇଛନ୍ତି । ବନବିଭାଗ ଉପସ୍ଥିତ ଥିଲେ ମଧ୍ୟ ଦନ୍ତାର ଆତଙ୍କ ଆଗରେ ପୁରା ନାଚାର ରହିଛି ।
ସେପଟେ ଦନ୍ତାର ଏପରି ଆତଙ୍କ ଆଗରେ ଗାଁ ଲୋକେ ପୁରା ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ଦୁଇ ଦିନ ଧରି ଦନ୍ତା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ୍ କୂଆପଦା ଗାଁରେ ଆତଙ୍କ ଖେଳାଇଥିଲା । ଆଜି ନିମାପଡା ଓ ପିପିଲି ବ୍ଲକରେ ପଶି ଏପରି ମଣିଷ ମାରିଛି । ଅଂଚଳରେ ଏପରି ହାତୀ ଆତଙ୍କ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବାରୁ ଲୋକେ ଛାନିଆ ହୋଇରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/ELEPHANT.jpg)
/kanak/media/post_attachments/wp-content/uploads/2019/12/HATI-2.jpg)