କନକ ବ୍ୟୁରୋ: ମୟୁରଭଂଜ ଜିଲ୍ଲା କରଂଜିଆରେ ହାତୀଙ୍କ ଉପଦ୍ରବ । ଗତ କିଛି ଦିନର ବ୍ୟବଧାନ ପରେ କରଂଜିଆ ବନଖଣ୍ଡକୁ ୨୨ ଟିକିଆ ଆତୀପଲ ପଶିଆସିଛନ୍ତି । ଯାହାଫଳରେ ଗ୍ରାମବାସୀ ଭୟଭୀତ ହୋଇପଡିବା ସହ ଚିନ୍ତାରେ ପଡିଛନ୍ତି । ହାତୀପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ।
ଧାନ ଫସଲ ଖାଇଯିବା ସହ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି । ସଂଧ୍ୟା ହେବା ମାତ୍ରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଅନ୍ୟପକ୍ଷେ ହାତୀପଲଙ୍କୁ ଜଗିବାକୁ ଦିନ ତମାମ ୁ ବନବିଭାଗ ରହୁନଥିବାରୁ ସ୍ଥାନୀୟ ଲୋକେ ଜଗି ରହୁଛନ୍ତି । ଆଉ କିଛି ଲୋକେ ହାତୀପଲଙ୍କୁ ଟେକାପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସଂପୃକ୍ତ ହାତ୍ୀପଲରେ ଥିବା ଏକ ଦନ୍ତା ପାଇଁ ବନବିଭାଗ ନାକେଦମ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/DAMDAR1-1.jpg)
/kanak/media/post_attachments/wp-content/uploads/2019/11/elephant-2-660x430-300x195.jpg)