ଢେଙ୍କାନାଳ ପଣ୍ଡୁଆ ନିକଟରେ ଗାଁ ପାଖରେ ଡେରା ପକାଇଛନ୍ତି ହାତୀ ପଲ: ୩ ଦିନ ହେଲା ଅଂଚଳରେ ଚଳାଇଛନ୍ତି ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ରାସ୍ତା ଉପରକୁ ଚାଲି ଆସୁଥିବାରୁ ଲୋକେ ଭୟଭୀତ

65

କନକ ବ୍ୟୁରୋ: ଢେଙ୍କାନାଳ ପଣ୍ଡୁଆ ନିକଟରେ ଗାଁ ପାଖରେ ଡେରା ପକାଇଛନ୍ତି ୨୦ରୁ ଅଧିକ ହାତୀ ପଲ । ଗତ ୩ ଦିନ ହେଲା ଅଂଚଳରେ ରହିବା ସହ ହାତୀ ପଲ ଚଳାଇଛନ୍ତି ଆତଙ୍କରାଜ । ଧାନ ବିଲରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ ବେଳେ ରାସ୍ତା ଉପରକୁ ଚାଲି ଆସୁଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ରାସ୍ତା ଉପରକୁ ଚାଲି ଆସିବା ଫଳରେ ଢେଙ୍କାନାଳରୁ କାମାକ୍ଷାନଗର ଯାତାୟତ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା । ହାତୀ ପଲ ଜନବସତି ନିକଟରେ ରହୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନବିଭାଗ ହାତୀ ପଲର ଗତିବିଧି ଉପରେ ନଜର ରଖିଛି ।