କଂଟାବାଂଝି ତୁରେକେଲାରେ ବଣୁଆ ହାତୀଙ୍କ ଉପଦ୍ରବ: ନଷ୍ଟ କଲେ ଚାଷୀଙ୍କ ଧାନ ଓ କପା ଚାଷ; ୧୪ଟିକିଆ ହାତୀପଲଙ୍କୁ ଘଉଡେଇବାକୁ ବନ ବିଭାଗର ଉଦ୍ୟମ ଜାରି

କଂଟାବାଂଝି ତୁରେକେଲାରେ ବଣୁଆ ହାତୀଙ୍କ ଉପଦ୍ରବ: ନଷ୍ଟ କଲେ ଚାଷୀଙ୍କ ଧାନ ଓ କପା ଚାଷ; ୧୪ଟିକିଆ ହାତୀପଲଙ୍କୁ ଘଉଡେଇବାକୁ ବନ ବିଭାଗର ଉଦ୍ୟମ ଜାରି

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା କଂଟାବାଂଝି ତୁରେକେଲା ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ । ଗଂଜାଗୁଡ଼ା, ବାଗବେଳ, ବୁଡ଼ିବାହଲ ଗାଁର ଅନେକ ଚାଷୀଙ୍କ ଧାନ ଓ କପା ଚାଷ ନଷ୍ଟ କଲେ ହାତୀ ପଲ । ୧୪ଟିକିଆ ହାତୀପଲଙ୍କୁ ଘଉଡେଇବାକୁ କଂଟାବାଂଝି ବନ ବିଭାଗର ଉଦ୍ୟମ ଜାରି ରହିଛି । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଜନବସତୀ ଆଡକୁ ଆସି ଘର ଦ୍ୱାର ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ ପଲ । ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଲୋକେ ଯାତାୟାତ କରୁଥିବା ରାସ୍ତା ଉପରେ ହାତୀପଲ ବିଚରଣ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe