କନକ ବ୍ୟୁରୋ: ଦଣ୍ଡେ ନିମିସେ ଥିଲେ ପ୍ରାଣ ନେଇ ନପାରେ ଯନ୍ତୁରାଣ । ଯଦି ଆପଣଙ୍କ ଆୟୁସ ଅଛି, ମୃତ୍ୟୁ ଆପଣଙ୍କୁ ଛୁଇଁ ପାରିବ ନାହିଁ । ଏଇ ଯେମିିତି ହାତୀ ମୁହଁରୁ ଜୀବନ ବଂଚାଇ ଫେରିଛନ୍ତି ବିଦ୍ୟାଳୟ ଜଗୁଆଳି । ମଶାରୀ ଭିତରେ ଶୋଇଥିବା ବେଳେ ଟାଣି ନେଇଥିଲା ଦନ୍ତାହାତୀ । ହେଲେ କୌଶଳକ୍ରମେ ହାତୀ କବଳରୁ ବଂଚିଯାଇଛନ୍ତି ବିଦ୍ୟାଳୟ ରାତ୍ରି ଜଗୁଆଳି । ଆଉ ସିସିିଟିଭିରେ କଏଦ ହୋଇଛି ହାତୀ ଆକ୍ରମଣର ଭୟଙ୍କର ଚିତ୍ର । କେନ୍ଦୁଝର ମାଟିଆଗୁନି ସରକାରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀ ପଶି ଯାଇଥିଲା । ବିଦ୍ୟାଳୟ ଭିତରେ ପଶି ବେଶ କିଛି ସମୟ ହଙ୍ଗାମା କରିବା ପରେ ରାତ୍ରି ଜଗୁଆଳିଙ୍କୁ ଆକ୍ରମଣ କରିଥିଲା । ବିଦ୍ୟାଳୟ ପରିସରରେ ମଶାରି ଭିତରେ ଶୋଇଥିବା ରାତ୍ର ଜଗ୍ରୁଆଳିଙ୍କୁ ମଶାରୀ ସହ ଟାଣି ନେଇଥିଲା ଦନ୍ତା ହାତୀ । ତେବେ ଅଳ୍ପକେ ବର୍ତି ଯାଇଥିଲେ ଜଗୁଆଳି ଜଣକ । ଏସବୁ ଦୃଶ୍ୟ ସ୍କୁଲରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ।