କନକ ବ୍ୟୁରୋ : ଖୋର୍ଦ୍ଧା ରଣପୁରରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ହାତୀ ଶେଷରେ ଆଖି ବୁଜିଛି । ବିଳମ୍ବିତ ରାତିରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି । ହାତୀର ଆଗପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା ।
ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତାକୁ ମୟୁରଝାଲିଆ ବୋରବୋରଝର ଜଙ୍ଗଲରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା । ଏପରିକି ଭୁବନେଶ୍ୱର ନନ୍ଦନ କାନନ ଓ ଓୟୁଏଟିରୁ ବିଶେଷଜ୍ଞ ଟିମ୍ ଆସି ଚିକିତ୍ସା କରୁଥିଲେ । ଗତ କାଲି ଦନ୍ତା ହାତୀଟି ଛିଡା ହେବାରେ ଅସମର୍ଥ ହେଉଥିଲା । ଆଉ ରାତିରେ ଶେଷରେ ପ୍ରାଣ ହରାଇଛି