ଆଠଗଡରେ ଦନ୍ତାହାତୀର ମୃତଦେହ ଠାବ,ମୃତ୍ୟୁର କାରଣ ଅସ୍ପଷ୍ଟ

32

କନକ ବ୍ୟୁରୋ : ଦନ୍ତା ହାତୀର ମୃତ୍ୟୁ । ଆଠଗଡ ବନଖଣ୍ଡ ଅନର୍ଗତ ପାଇକରାପୁର ବିଲ ମଝିରେ ହାତୀର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ଗତ ରାତିରେ ଧାନ ବିଲ ଭିତରକୁ ଆସିଥିବାବେଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀଟି କାଦୁଅ ଭିତରେ ପଡି ରହିଛି । ତେବେ କେମିତି ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଁଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଏହି ଅଂଚଳକୁ ସାଧାରଣତଃ ହାତୀଙ୍କ କରିଡର ବୋଲି କୁହାଯାଏ । ଅନେକ ସମୟରେ ହାତୀମାନେ ରାସ୍ତା ଉପରକୁ ଆସି ଅବରୋଧ କରିବାର ଖବର ସାମନାକୁ ଆସିଥାଏ ।

ପୂର୍ବରୁ ଆଠଗଡ ଅଂଚଳରେ ବାରମ୍ବାର ହାତୀଙ୍କର ଉପଦ୍ରବ ଦେଖିବାକୁ ମିଳିଥାଏ । ଅନେକ ସମୟରେ ହାତୀ ଆକ୍ରମଣରେ ଆଠଗଡ ଅଂଚଳରେ ଲୋକଙ୍କର ମୃତ୍ୟୁ ହୋଇଥିବା ନଜିର ରହିଛି । ଜଙ୍ଗଲ ଅବକ୍ଷୟ ଯୋଗୁ ବାରମ୍ବାର ହାତୀମାନେ ଜନବସତି ମୁହାଁ ହେଉଛନ୍ତି । ବହୁ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀମାନେ ମଧ୍ୟ ମରୁଛନ୍ତି ।