କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ବନ ବିଭାଗର କର୍ମଚାରୀମାନେ ଘୁଷୁରିଗୁଡ଼ା ନାଳରୁ ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ବନ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି ଯେ, ସଂକ୍ରମଣ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି। ତେବେ ଅଳ୍ପ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ଏକ ମାଈ ହାତୀର ମୃତ୍ୟୁ ହେବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବନ ବିଭାଗ ପକ୍ଷରୁ ଏହା ଭୂତାଣୁଜନିତ ମୃତ୍ୟୁ ବୋଲି ସଫେଇ ଦେଉଥିଲେ ମଧ୍ୟ ବିଭାଗର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନିକଟ ନାଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପରେ ଖବର ପାଇ ବନ ବିଭାଗ ଓ ଜିଲ୍ଲା ପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପୂର୍ବରୁ ଗତ ୧ତାରିଖରେ କର୍ଲାପାଟ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେହିଭଳି ୮ତାରିଖରେ କର୍ଲାପାଟର ଘୁଷୁରିଗୁଡ଼ି ନିକଟରେ ୨ୟ ମାଈ ହାତୀର ମୃତ୍ୟୁ ହୋଇଥିଲା। ୧୧ ତାରିଖରେ ୩ୟ ମାଈ ହାତୀର ମୃତ୍ୟୁ ହୋଇଥିଲା। ପ୍ରାଣୀ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ ନିକଟସ୍ଥ ଗାଁର ପ୍ରାଣୀମାନଙ୍କୁ ଟିକାକରଣ କରାଯାଇଛି।