ରେଳ ଧାରଣାରେ କେମିତି ମଲା ହାତୀ । ରେଳ ବିଭାଗର ଆସିଷ୍ଟାଂଡ ଇଂଜିନିୟର ଅପରେସନ୍ ଖୋର୍ଦ୍ଧା ଡିଭିଜନକୁ କାରଣ ଦର୍ଶାଅ ନୋଟିସ

ରେଳ ଧାରଣାରେ କେମିତି ମଲା ହାତୀ । ରେଳ ବିଭାଗର ଆସିଷ୍ଟାଂଡ ଇଂଜିନିୟର ଅପରେସନ୍ ଖୋର୍ଦ୍ଧା ଡିଭିଜନକୁ କାରଣ ଦର୍ଶାଅ ନୋଟିସ

କନକ ବ୍ୟୁରୋ : ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଲୱେ ବିଭାଗକୁ କାରଣ ଦର୍ଶାଅ ନୋଟିସ । ଗତ ୨୫ ତାରିଖରେ ସକାଳୁ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ୫ ଦିନ ଭିତରେ ଜବାବ୍ ରଖିବାକୁ ଆସିଷ୍ଟାଂଡ ଇଂଜିନିୟର ଅପରେସନ୍ ଖୋର୍ଦ୍ଧା ଡିଭିଜନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଯେହେତୁ ହାତୀ ମରିଥିବା ଜାଗାରେ ଟ୍ରାକ ସିଧା ଓ ସମତୁଲ ଜାଗାରେ ଅଛି । ଦୂରରୁ ଘଟଣାସ୍ଥଳଟି ମଧ୍ୟ ସଠିକ୍ ଦୃଶ୍ୟ ହେଉଛି । ତେବେ କେଉଁ କାରଣରୁ ଟ୍ରେନ୍ଟି ହାତୀକୁ ଧକ୍କା ଦେଲା, ତାର ଜବାବ୍ ରଖିବାକୁ ୫ ଦିନ ସମୟ ଦେଇଛି ବନ ବିଭାଗ । ରେଳ ବିଭାଗ ପକ୍ଷରୁ ଉତର ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଡିଏଫଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe