କରେଣ୍ଟ ଲାଗି ଗଲା ଦନ୍ତାହାତୀ ଜୀବନ । ଖାଦ୍ୟ ଅନ୍ୱେଷଣରେ ଆସିଥିବାବେଳେ ଅଘଟଣ । ସମ୍ବଲପୁର ଜୁଜୁମରାର ଘଟଣା । 

87

କନକ ବ୍ୟୁରୋ: ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ । ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି କରେଣ୍ଟ ଲାଗି ଦନ୍ତାହାତୀର ମୃତ୍ୟୁ ଘଟିଛି । ସମ୍ବଲପୁର ସଦର ଫରେଷ୍ଟ ଡିଭିଜନ ଜୁଜୁମରା ରେଞ୍ଜର ବସିଆପଡ଼ା ଗାଁରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଏହି ଦନ୍ତାହାତୀଟି ସ୍ଥାନୀୟ ଅଞ୍ଚଳରେ ଆସି ଲୋକଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଉଥିଲା । ତେବେ ରବିବାର ରାତିରେ ହାତୀଟି ଜଣେ ବ୍ୟକ୍ତିଙ୍କ ଘରେ ଆଡ଼କୁ ମାଡ଼ି ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଛି । ହାତୀର ମୃତ୍ୟୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛିି ବନ ବିଭାଗ । କେମିତି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।