ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ରେଂଜ ତଇଳା ବିଲରୁ ଉଦ୍ଧାର ହେଲା ହାତୀର ମୃତଦେହ

Advertisment
୧୦ ଦିନ ପରେ କେନ୍ଦୁଝରରେ ଅସୁସ୍ଥ ମାଈ ହାତୀ ମୃତ୍ୟୁ । ଶିମିଳିପାଳ ଓ ନନ୍ଦନକାନନରୁ ଯାଇଥିବା ବିଶେଷଜ୍ଞ ଜାଣିପାରିଲେନି ରୋଗ

କନକ ବ୍ୟୁରୋ : ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ । ଢେଙ୍କାପାଳ ହିନ୍ଦୋଳ ରେଂଜ କର୍ଣ୍ଣପୁର ବିଟ ହାଉସ ନିକଟ ଏକ ତଇଳା ବିଲରୁ ଏକ ଦନ୍ତାର ମୃତ ଦେହ ଠାବ ହୋଇଛି । ହାତୀ ଶରୀରରେ ବିଦ୍ୟୁତ ଆଘାତର ଚିହ୍ନ ରହିଛି । ଶିକାରୀଙ୍କ ବିଦ୍ୟୁତ ତାର ଫାସରେ ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଜିଲ୍ଲା ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ହାତୀ ଶିକାରରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe