ଦନ୍ତାକୁ ମାରିଦେଲେ ଦୁର୍ବୃତ୍ତ । ବାରାହାକୁ ମାରିବା ପାଇଁ ଫାସ ବସିଥିଲା କିନ୍ତୁ ହାତୀର ଜୀବନ ଗଲା

197

କନକ ବ୍ୟୁରୋ : ବଲାଙ୍ଗିରରେ ଦନ୍ତାହତ୍ୟା । ବଲାଙ୍ଗିର ସଦର ବ୍ଳକ ରତାଖଣ୍ଡି ଗାଁ ନିକଟରେ ଏକ ଦନ୍ତାହାତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଏହି ଦନ୍ତା ହାତୀ ମାରି ଦେଇଛନ୍ତି ଦୁବୃର୍ତ । ରତାଖଣ୍ଡି ଗାଁର ଗୁଦଗୁଦିଗୁଣ୍ଡା ଜଂଗଲ ଭିତରେ ଥିବା ଚାଷ ଜମିରେ ଏହି ହାତୀଟି ମରି ପଡ଼ିଥିଲା ।

ବାରାହାକୁ ମାରିବା ପାଇଁ ବିଦ୍ୟୁତ କରେଂଟର ଫାସ ବସା ଯାଇଥିଲା । ଏହି ଫାସରେ ପଡ଼ି ହାତୀ ମରି ଯାଇଥିବା ସଂଦେହ କରାଯାଉଛି । ଦନ୍ତାହାତୀକୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ବଲାଙ୍ଗିର ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ଓ ଦେବଗାଁ ଜଂଗଲ ବିଭାଗର କର୍ମଚାରୀ ଘଯଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳ ନିକଟରେ ଏକ ହାତୀପଲ ଥିବା ଅନୁମାନ କରାଯାଉଛି ।