କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା କରଡ଼ା ରେଂଜ ଅନ୍ତର୍ଗତ ପଳାସପଲ୍ଲୀ ନିକଟରେ ଶୁଖିଲା କୂଅ ଭିତରେ ପଡ଼ିଛି ହାତୀଛୁଆ । ୧୯ ଟିକିଆ ହାତୀପଲ ସେହି ଅଞ୍ଚଳରେ ବୁଲୁଥିବା ବେଳେ ସେଥିରୁ ଏକ ଛୁଆ ହାତୀ କୁଅ ଭିତରେ ଫସିରହିଛି । କନ୍ଧମାଳ ଓ ଗଂଜାମ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଗତକାଲି ରାତିରୁ ହାତୀଟି ପଡ଼ିଥିବାବେଳେ ଗ୍ରାମବାସୀ ମାନେ ବନବିଭାଗକୁ ସୂଚନା ଦେଇଥିଲେ । ଏହା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ହାତୀଟିକୁ ଉଦ୍ଧାର କରାଯାଇ ପାରିନାହିଁ । କୁନି ହାତୀଟିକୁ ଉଦ୍ଧାର ପାଇଁ ନାକେଦମ ହେଲାଣି ଉଦ୍ଧାରକାରୀ ଦଳ ।