ଉତ୍ପାତ ମଚେଇ ଚନ୍ଦକା ଫେରିଲା ‘ବାହୁବଳୀ’। ୪ ଜଣଙ୍କୁ ଦଳି, କାନ୍ଥ ପାଚେରୀ ଭାଙ୍ଗି ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା ଦନ୍ତା

Advertisment
ଉତ୍ପାତ ମଚେଇ ଚନ୍ଦକା ଫେରିଲା ‘ବାହୁବଳୀ’। ୪ ଜଣଙ୍କୁ ଦଳି, କାନ୍ଥ ପାଚେରୀ ଭାଙ୍ଗି ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା ଦନ୍ତା

କନକ ବ୍ୟୁରୋ: ଚନ୍ଦକାକୁ ଫେରିଯାଇଛି ନରହନ୍ତା ଦନ୍ତା । ହେଲେ ଫେରିବା ସମୟରେ ଉତ୍ପାତ ମଚେଇଛି ଦନ୍ତା । ବଣୁଆ ଦନ୍ତା ସାମ୍ନାରେ ଥିବା ପାଚେରୀ କାନ୍ଥକୁ ମଧ୍ୟ ଭାଙ୍ଗି ଦେଇଛି । ପାତ୍ରପଡ଼ାର ଚନ୍ଦକା ଫେରୁଥିବା ସମୟରେ ଦନ୍ତା ସାମ୍ନାରେ ପଡ଼ିଥିଲା କିଛି କାନ୍ଥ ପାଚେରୀ । ଯାହାକୁ ଷୁଣ୍ଢ ମାରି ଭାଙ୍ଗି ଥିଲା ଦନ୍ତା । ଏହାରି ଭିତରେ ହାତୀ , ୪ ଜଣଙ୍କୁ ଦଳି ଜୀବନ ନେଇସାରିଛି ।

publive-image

ଚନ୍ଦକାରେ ରହୁଥିବା ଏହି ଜଙ୍ଗଲି ଅଣ୍ଡିରା ହାତୀର ନାଁ ବାହୁବଳୀ । ବୟସ ୧୫ ରୁ ୨୦ ବର୍ଷ ଭିତରେ । ଯୁବ ବୟସର ଏହି ହାତୀ ବର୍ତ୍ତମାନ ଏଭଳି ଉତ୍ପାତ ହେବା ପଛରେ କାରଣ ବି ରହିଛି । ପ୍ରାଣୀ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ହାତୀ ଦେହରେ ଟେମ୍ପୋରିନ୍ ନାମକ ଏକ ହରମୋନ କ୍ଷରଣ ହେଉଛି । ଏବଂ ହାତୀଟି ବର୍ତମାନ ମସ୍ତ ପର୍ଯ୍ୟାୟରେ ଅଛି । ଯାହା ଫଳରେ ସେ ଉଗ୍ର ହୋଇଉଠିଛି । ଆଉ ଯିଏ ତା ପାଖ ଦେଇ କିମ୍ବା ଆଗରେ ଦୌଡୁଛି, ତାଉପରେ ହାତୀ ଆକ୍ରମଣ କରୁଛି ।

publive-image source - google

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମାଘ ସପ୍ତମୀ କୁମ୍ଭମେଳା ପୂର୍ବରୁ ଏହି ଦନ୍ତାଟି ଖଣ୍ଡଗିରି ପାହାଡ଼ ତଳ ଜୟଦେବ ବାଟିକରେ ପଶିଥିଲା। ପୁରା ଦିନଟିଏ ବାଟିକାରେ ରହିବା ପରେ ରାତିରେ କାହାର କିଛି କ୍ଷତି ନକରି ପୁଣି ଜଙ୍ଗଲକୁ ଫେରି ଯାଇଥିଲା। ତେବେ ବାଟିକାରେ ଦିନ ସାରା ରହିବା ଭିତରେ ସେ ପାଚେରି ଭାଙ୍ଗିବା ସହ ଲୋକଙ୍କୁ ମିଛରେ ମାରି ଗୋଡ଼ାଇ ମଜା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe