ଟାଙ୍ଗୀ ନରମାନବୀ ଗାଁରେ ହାତୀ ଉପଦ୍ରବ । ଶୁଣ୍ଢରେ କଚାଡି ଦେଲା ହାତୀ, ୫୦ ବର୍ଷର ବ୍ୟକ୍ତି ଗୁରୁତର ଆହତ ।

89

କନକ ବ୍ୟୁରୋ : ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନରମାନବୀ ଗାଁରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ୫୦ ବର୍ଷିୟ ବ୍ୟକ୍ତି ଗୋପାଳ ଚନ୍ଦ୍ର ରାଉତ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଗୋପାଳ ଘର ଦୁଆର ମୁହଁରେ ଛିଡ଼ା ହୋଇଥିବା ବେଳେ ଏକ ଦନ୍ତା ହାତୀ ଶୁଣ୍ଢରେ କଚାଡ଼ିଦେଇଥିଲା ।

କିଛି ଦିନ ହେଲା ଟଙ୍ଗୀ ରେଂଜର ବିଭିନ୍ନ ସ୍ଥାନରେ ହାତୀ ଆକ୍ରାମଣର ଖବର ସାମ୍ନାକୁ ଆସୁଛି । ହାତୀ ଆକ୍ରମଣରେ ପାଖଶପାଖି ୮ ଜଣ ଲୋକଙ୍କ ପ୍ରାଣହାନୀ ହେଲାଣି । ସେହିପରି ଟ୍ରେନ୍ ଦୁର୍ଘଟଣାରେ ୨ଟି ହାତୀଙ୍କ ମୃତ୍ୟୁ ହେଲାଣି । ଟାଙ୍ଗୀ ବନବିଭାଗ ଗତ କିଛି ଦିନ ତଳେ ହାତୀ ଗୁଡ଼ିକୁ ପଟିଆ ଜଙ୍ଗଲକୁ ଘଉଡ଼ାଇବାରେ ସଫଳ ହୋଇଥିବା ବେଳେ ୪ରୁ ୫ଟି ଦନ୍ତା ହାତୀ ଆତଙ୍କ ସୃଷ୍ଟି କରୁଛନ୍ତି । ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।