ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ ।

ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ ।

କନକ ବ୍ୟୁରୋ : ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ ଗତକାଲି ରାତି ଠାରୁ ଆମପଡାକୁ ହାତୀ ପଲ ପଶିଥିଲେ । ଏନେଇ ଗାଁ ଲୋକ ଖବର ଦେବା ପରେ ରେଞ୍ଜର ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀପଲକୁ ଘଉଡାଇବା ବେଳେ ସାମ୍ନାକୁ ଚାଲି ଆସିଥିଲେ ହାତୀ । ଜୀବନ ବଞ୍ଚାଇବାକୁ ରେଞ୍ଜର ଦୌଡୁଥିବା ବେଳେ ତଳେ ପଡି ଯାଇଥିଲେ । ଫଳରେ ହାତୀପଲ ରେଞ୍ଜରଙ୍କୁ ଦଳି ଦେଇଥିଲା । ରେଞ୍ଜରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe