ହାତୀ ଆକ୍ରମଣରେ ମା’ ପୁଅ ମୃତ, ବାପା ଗୁରୁତର : ଗୁରୁତର ବାପାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର

ଭୋଜପୁର ରେଞ୍ଜ ଗଣ୍ଡାଜୋନା ଗାଁରେ ଅଭାବନୀୟ ଘଟଣା

165

କନକ ବ୍ୟୁରୋ : ମାଆ, ପୁଅଙ୍କୁ ଦଳିଦେଲା ଦନ୍ତା ହାତୀ । ସମ୍ବଲପୁର କୁଚିଣ୍ଡା ଥାନା ଭୋଜପୁର ରେଂଜ ଅଖରାଦଣ୍ଡ ଗାଁରେ ଦନ୍ତା ହାତୀ ଆକ୍ରମଣରେ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି  । ଗାଁ ନିକଟରେ ଇଟା ଗଢିବା ପାଇଁ ଏକ ଅସ୍ଥାୟୀ କୁଡ଼ିଆ କରି ମା ଓ ପୁଅ ରହୁଥିବା ବେଳେ ହାତୀ ଆସି ମାଆ ପୁଅଙ୍କୁ ଆକ୍ରମଣ କରିଥିଲା । ପୁଅକୁ କଚାଡ଼ି ଦୁଇ ଫାଳ କରିଥିବା ବେଳେ ମାକୁ ମଧ୍ୟ ମାରି ଦେଇଛି ହାତୀ । ବାପା ଜୀବନ ବିକଳରେ ଦୈଡ଼ି ପଳାଇଥିବା ବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ପରେ କୁଡ଼ିଆଟିକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଛି ହାତୀ । ଗୁରୁତର ଅବସ୍ଥାରେ ବାପାଙ୍କୁ ବୁର୍ଲ ମେଡ଼ିକାଲ ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି ।