ପଦ୍ମପୁର ରେଞ୍ଜ ଅଧିନ ରାଇସଲପଦର ପଞ୍ଚାୟତରେ ହାତୀ ଆତଙ୍କ : ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ

177

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଘନାମାଲ ପଂଚାୟତରେ ହାତୀ ଆକ୍ରମଣରେ ଆଜି ତିନିଜଣଙ୍କର ମୃତ୍ୟୁ ଘଟିଛି । ଏହି ତିନି ଜଣ ହେଉଛନ୍ତି ମାଳ ସେଠ୍ ଉମରାଡ,ବିରଞ୍ଚି କୁମ୍ଭାର ଉମରାଡ ଓ ଶିବ ସେଠ । ମିଳିଥିବା ସୂଚନା ମୁତାବକ ଏହି ତିନିଜଣ ବ୍ୟକ୍ତି ଆଜି ଭୋରରେ ଘର ବାହାରକୁ ଯାଇଥିବାବେଳେ ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଜଣଙ୍କ ପରେ ଜଣଙ୍କୁ ହାତୀ ଦଳି ଦେଇଥିବାବେଳେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ସୂଚନା ଥାଉ କି ଦୁଇ ଦିନ ତଳେ ମେଲଛାମୁଣ୍ଡା ଗାଁ ରେ ହାତୀ ଜଣଙ୍କୁ ଦଳି ମାରିଦେଇଥିଲା । ଆଉ ଆଶଙ୍କା କରାଯାଉଛି ଯେ ସେହି ହାତୀଟି ଗାଇସିଲେଟ ଅଂଚଳରେ ପହଂଚି ତିନିଜଣଙ୍କୁ ଦଳିଦେଇଛି । ସୂଚନାଯୋଗ୍ୟ ଏକ ତିନିଟିକିଆ ହାତୀପଲ ଝାଞ୍ଜପାହାଡରୁ ମେଲଛାମୁଣ୍ଡା ଅଞ୍ଚଳକୁ ଆସିଥିଲେ । ସେ ମଧ୍ୟରୁ ଦୁଇଟି ହାତୀ ସେ ଭିତରୁ ଝାଞ୍ଜ ପାହାଡକୁ ଫେରିଯାଇଥିବାବେଳେ ଗୋଟିଏ ହାତୀ ରହିଯାଇଥିଲା । ତେବେ ବଡ କଥା ଯେ ହାତୀ ଗତିବିଧି ନେଇ ବନ ବିଭାଗ ପକ୍ଷରେ କୌଣସି ସୂଚନା ନ ରହିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।