କନକ ବ୍ୟୁରୋ; ହାତୀ ଭୟରେ ସଂଧ୍ୟାହେଲେ ଗାଁରେ ପଡ଼ୁଛି ତାଟି କବାଟ । ଘର ଦ୍ୱାର ଭାଙ୍ଗିବା ସହ କଦଳୀ, ଟମାଟୋ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି ୫୦ ଟିକିଆ ହାତୀପଲ । କେଉଁଠି ଘର ଭାଙ୍ଗି ହାତୀ ଚାଉଳ ଖାଇଯାଉଛି ତ, ପୁଣି କେଉଁଠି ଲୋକଙ୍କ ପାଚେରୀ ଭାଙ୍ଗି କଦଳୀ ଗଛରୁ କଦଳୀ ଖାଉଛି ହାତୀ । ଏଭଳି ଘଟଣା ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଚାଲିଛି । ତାଳଚେର ବ୍ଲକ କଙ୍କିଳି, ଧରମପୁର ଓ ଆଖାପାଖ ୫ଖଣ୍ଡ ଗାଁରେ ଉତ୍ପାତ ମଚାଉଛନ୍ତି ହାତୀ । ହାତୀ ଭୟରେ ଗାଁରେ ତାଟି କବାଟ ପଡ଼ୁଥିବା ବେଳେ ସଂଧ୍ୟାହେଲେ ଶୂନ୍ ଶାନ ହୋଇପଡ଼ୁଛି । ଧାନ ଅମଳ ସମୟରୁ ୫୦ ଟିକିଆ ହାତୀପଲ ଆସି ପାଚିଲା ଧାନ ଖାଇବା ସହ ଧାନ ଗଛ ନଷ୍ଟ କରିଥିଲେ । ଯେଉଁ ବଳକା ଧାନକୁ ଚାଷୀ ଘରେ ସାଇତିଥିଲା ଏବେ ଘରେ ପଶି ସେଗୁଡ଼ିକୁ ମଧ୍ୟ ନଷ୍ଟ କରୁଛନ୍ତି ହାତୀ ପଲ । ହାତୀଙ୍କ ଉପଦ୍ରବକୁ ନେଇ ଗାଁରେ ସୃଷ୍ଟି ହୋଇଛି କୋକୁଆ ଭୟ । ଅନ୍ୟପଟେ ହାତୀ ଘଉଡ଼େଇବାରେ ବନବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ହୋସ୍ ଉଡ଼ାଉଛନ୍ତି ହାତୀପଲ । ୫ ଖଣ୍ଡ ଗାଁରେ ଉତ୍ପାତ ମଚାଉଛନ୍ତି ୫୦ ଟିକିଆ ହାତୀପଲ । ଘର ଭାଙ୍ଗି ଖାଇଯାଉଛନ୍ତି ଧାନ ଓ ଚାଉଳ ।
/kanak/media/post_attachments/wp-content/uploads/2023/03/6pm-2-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)