ସୁନ୍ଦରଗଡରେ ମାତିଛନ୍ତି ହାତୀ ! ଗାଁରେ ଉତ୍ପାତ କଲେ, ଜଣଙ୍କୁ କଚାଡି ମାରିଲେ

ଚମ୍ପୁଆରେ ହାତୀ ଆତଙ୍କ । ଗାଁ ଭିତରେ ପଶୁଛନ୍ତି , ଫସଲ ନଷ୍ଟ କରୁଛନ୍ତି

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାରେ ବଣୁଆ ହାତୀ ଆଉ ଜଣଙ୍କ ଜୀବନ ନେଇଛନ୍ତି। ହାତୀପଲ କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁର ପରୀକ୍ଷିତ ଗହିର (୪୬)ଙ୍କ ଘର ଭାଙ୍ଗି ତାଙ୍କୁ ଶୁଣ୍ଢରେ ଟାଣି କଚାଡ଼ି ମାରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଖବର ପାଇ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ହାତୀପଲ କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁରେ ପରୀକ୍ଷିତ ଗହିର (୪୬)ଙ୍କ ଘର ଭାଙ୍ଗିଥିଲେ। ସେତେବେଳେ ପରୀକ୍ଷିତ ଓ ତାଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ।

ଶବ୍ଦ ଶୁଣି ପରିବାର ଲୋକେ ଚେଇଁ ଉଠିଥିଲେ। ତାଙ୍କ ଘର କାନ୍ଥ ହଲିବାରୁ ହାତୀ ଆସି ଭାଙ୍ଗୁଥିବା ଜାଣିବାକୁ ପାଇ ସେମାନେ ଭୟରେ ଥରିବାକୁ ଲାଗିଥିଲେ। ଜୀବନ ବିକଳରେ ପରୀକ୍ଷିତ ଘରୁ ବାହାରକୁ ଦୌଡ଼ି ପଳାଉଥିବା ବେଳେ ଅନ୍ଧାର ରାତିରେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟାଣିନେଇ ତଳେ କଚାଡ଼ିବା ସହ ପାଦରେ ମୁଣ୍ଡକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ଚାଲି ଯାଇଥିଲା। ତେବେ ଘରକୋଣରେ ପରିବାରର ଅନ୍ୟ ୫ ପ୍ରାଣୀ ଲୁଚି ଯାଇଥିବାରୁ ରକ୍ଷା ପାଇ ଯାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଘର ଆଖପାଖରେ ଭଙ୍ଗାଭଙ୍ଗି କରି ହାତୀପଲ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe