ଗାଁରେ ଶୋଇଥିବା ବେଳେ ବିପିନ ଟପ୍ପୋଙ୍କୁ କଚାଡି ମାରିଲା ଦନ୍ତା : ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିବା ବେଳେ ରାସ୍ତାରେ ମୃତ୍ୟୁ

69

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଯୁବକ ମୃତ । ସୁନ୍ଦରଗଡ଼ରେ ଆଜି ପୁଣି ଏକ ଜୀବନ ନେଇଛି ହାତୀ । ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମନା ଗାଁରେ ବିପିନ ଟପ୍ପୋ ନାମକ ଜଣେ ଯୁବକଙ୍କୁ କଚାଡି ମାରି ଦେଇଛି ଦନ୍ତା । ବିନା କବାଟର ନବନିର୍ମିତ ଘର ଭିତରେ ରାତିରେ ବିପିନ ଶୋଇଥିବା ବେଳେ ହାତୀ ଶୁଣ୍ଡରେ ତାଙ୍କୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା କିନ୍ତୁ କବାଟ ମୁଁହ ଛୋଟ ଥିବାରୁ ଶୁଣ୍ଡ ପଶି ପାରିନଥିଲା କିନ୍ତୁ ଘରର କାନ୍ଥ ଭାଙ୍ଗି ପଡ଼ିଥିଲା ।

ଫଳରେ ବିପିନ ଘର ଭିତରୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କଲା ବେଳେ ହାତୀ ତାଙ୍କୁ ଧରି କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ ବଡ଼ଗାଁ ହସ୍ପିଟାଲକୁ ଅଣାଗଲା କିନ୍ତୁ ଆଣିବା ବାଟରେ ତାର ମୃତ୍ୟୁ ହୋଇଯାଇଥିଲା । ଗତକାଲି ମଧ୍ୟ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ ଜଣେ ବୃଦ୍ଧଙ୍କୁ ମାରି ଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଏବେ ସେହି ସମାନ ହାତୀ ଆକ୍ରମଣ କରିଥିବା ଅନୁମାନ କରାଯାଉଛି ।