ପିପିଲିରେ ହାତୀ ଖେଳାଇଲା କୋକୁଆ ଭୟ । ୪ ଜଣଙ୍କ ଜୀବନ ନେବା ପରେ ବଜାର ଉପରେ ପୁଣି ଜଣଙ୍କୁ ଦଳିଦେଲା । ନରହନ୍ତା ପାଇଁ ସିଲ ହେଲା ୧୭ ଗାଁ । ଅନ୍ଧାରରେ ଅପରେସନ ପରେ ହାତୀ ହେଲା ଜଟଣୀମୁହାଁ...

Advertisment
ଉତ୍ପାତ ମଚେଇ ଚନ୍ଦକା ଫେରିଲା ‘ବାହୁବଳୀ’। ୪ ଜଣଙ୍କୁ ଦଳି, କାନ୍ଥ ପାଚେରୀ ଭାଙ୍ଗି ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା ଦନ୍ତା

କନକ ବ୍ୟୁରୋ: ହାତୀ ଆସୁଛି ଆତଙ୍କ ରଚୁଛି । ପିପିଲିରେ କୋକୁଆ ଭୟ ଖେଳାଉଛି ନରହନ୍ତା ଦନ୍ତା । ଦିନ ସାରା ଆତଙ୍କ ଖେଳାଇଥିବା ବଣୁଆ ହାତୀ ପିପିଲି ବଜାର ଉପରେ ଉତ୍ପାତ କରିଛି । ଆଉ ଜଣେ ଯୁବକଙ୍କୁ ଦଳିଦେଇଛି । ଦେବୀ ଗଳି ନିକଟରେ ଯୁବକଙ୍କୁ ଦଳି ଗୁରୁତର କରିଛି ହାତୀ । ତେବେ ଗୁରୁତର ଯୁବକଙ୍କୁ ପିପିଲି ମେଡିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେପଟେ ପିପିଲିରୁ ନରହନ୍ତା ଜଟଣୀମୁହଁ ହୋଇଥିବା ସୂଚନା ମିଳିଛି ।

publive-image

ତେବେ ହାତୀକୁ କାବୁ କରିବାକୁ ବନବିଭାଗର ଟିମ୍ ଉଦ୍ୟମ କରିଥିବା ବେଳେ ପିପିଲିର ୧୭ଟି ଗାଁକୁ ସିଲ କରିଥିଲା । ଗାଁକୁ ଅନ୍ଧାର କରି ହାତୀ ଘଉଡାଇବାକୁ ଅପରେସନ ଆରମ୍ଭ କରିଥିଲା ବନ ବିଭାଗ । ପିପିଲି ଏନଏସିର ୧୬ଟି ୱାର୍ଡକୁ ସିଲ କରି ବନବିଭାଗ ୭୦ କର୍ମଚାରୀ ହାତୀ ଘଉଡାଇଥିଲେ । ଡାକବାଜି ଯନ୍ତ୍ରରେ ବାହାରକୁ ନବାହାରିବାକୁ ସ୍ଥାନୀୟ ଅଂଚଳର ଲୋକଙ୍କୁ ସତର୍କ କରାଇଥିଲେ । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ , ବାଲିପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୋଲିସ ହାତୀ କୁ କାବୁ କରିବାକୁ ଉଦ୍ୟମ କରିଛନ୍ତି ।

publive-image

ସକାଳେ ପିପିଲି ଓ ନିମାପଡା ଅଂଚଳରେ ବଣୁଆ ହାତୀ ୪ ଜଣଙ୍କ ଜୀବନ ନେଇଛି, ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁଥିବା ଏହି ହାତୀ, ଆଜି ସକାଳୁ ୪ ଜଣଙ୍କୁ ଦଳି ମାରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe