ଢେଙ୍କାନାଳ : ଦଳିଦେଲା ହାତୀ । ଢେଙ୍କାନାଳ କପିଳାସ ରେଞ୍ଜ ବିଛାଖଣ୍ଡି ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରେ କିଶୋର ଚନ୍ଦ୍ର ବେହେରା ଘରୁ ବାହାରକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ।
ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ହାତୀ ଆକ୍ରମଣରେ ଗତ ତିନି ମାସ ମଧ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇଛି । ହାତୀକୁ ଘୋଉଡାଇବା ପାଇଁ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-04-at-9.03.17-AM.png)