ଆଠଗଡ : ଗାଁରେ ପଶିଲେ ଗଜରାଜ । ଫସଲ ଦଳିଲେ, ପାଚେରୀ ଭାଂଗିଲେ । ଆଠଗଡ ଖୁଂଟୁଣୀ ବନାଂଚଳ ବଉଳ-ସାରକୋଳି ଗାଁ ରାସ୍ତାରେ ମାତିଛନ୍ତି ହାତୀପଲ । ୨୦ରୁ ଅଧିକ ହାତୀ ଏହି ପଲରେ ଅଛନ୍ତି । ହାତୀପଲ ସାରକୋଳି ଗାଁ ଆଡକୁ ମାଡି ମାଡି ଆସୁଛନ୍ତି ।
ଅନ୍ୟପଟେ ଲୋକେ ହାତୀଙ୍କୁ ଟେକାପଥର ମାରି ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଫଳରେ ହାତୀ ପଲ ଉତକ୍ଷିପ୍ତ ହୋଇ ଲୋକଙ୍କ ଉପରକୁ ଗୋଡାଉଥିବା ମଧ୍ୟ ଦେଖିବାକୁ ମିଳିଛି । ବନ ବିଭାଗ ମଧ୍ୟ ହାତୀଙ୍କୁ ଘଉଡାଇବାକୁଯାଇ ନାକେଦମ୍ ହେଉଛି । ସାରକୋଳି ଗାଁ ଆଡକୁ ହାତୀ ମାଡି ଆସୁଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ଗତ କିଛି ଦିନ ହେଲା ସ୍ଥାନୀୟ ଅଂଚଳରେ ଦୁଇ ଦିନ ତଳେ ଏହି ହାତୀ ପଲ ସାରକୋଳି ରାସ୍ତାରେ ଦେଖା ଦେଇଥିଲେ ଏବଂ ଅନ୍ୟପଟେ ଚାଲିଯାଇଥିଲେ । ଗୁରୁବାର ପୁଣି ସେମାନେ ଗାଁ ମୁହାଁ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-30-11h21m26s604.png)