କନକବ୍ୟୁରୋ: ହାତୀ ଖାଇଗଲା ମଧ୍ୟାହ୍ନ ଭୋଜନ । ବିଦ୍ୟାଳୟରେ ପଶି କବାଟ ଭାଙ୍ଗିବା ସହ ଷ୍ଟୋର ରୁମରେ ଥିବା ଚାଉଳକୁ ଖାଇ ଦେଇଛନ୍ତି ହାତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମହାବିରୋଡ଼ ରେଞ୍ଜ ମଝିକା ପ୍ରାଥମିକ ବିଦ୍ୟାଳୟରେ । ଏହି ଅଞ୍ଚଳରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବାରମ୍ବାର ହାତୀ ପଲ ଜନବସତିକୁ ପଶି ଆସୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ରାତିରେ ହାତୀ ପଲ ସ୍କୁଲରେ ପଶିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।

Advertisment

ସ୍କୁଲର ପାଚେରି ନଥିବାରୁ ହାତୀପଲ ସ୍କୁଲରେ ପଶିଥିବା ଅଭିଯୋଗ କରିଛନ୍ତି ଲୋକେ । ଏହି ଘଟଣା ପରେ ଏବେ ସ୍କୁଲ ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ । ସେହିପରି କାମାକ୍ଷାନଗର ଅଘିରା ଗୋଡ଼ା ଗାଁରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ହାତୀ ପଲ ଚାଷ ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ମଧ୍ୟ ବଢ଼ିଛି । ତେବେ ହାତୀ ଘଉଡାଇବାରେ ବନ ବିଭାଗ ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।