ପୁଣି ମାତିଲା ଦନ୍ତାହାତୀ । ଲୋକଙ୍କୁ ଗୋଡାଇଲା, ଷୁଣ୍ଢରେ ବାଇକକୁ ଟେକି ଫୋପାଡି ଦେଲା

257

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଂଚଳରେ ଦନ୍ତା ଆତଙ୍କ । ଛେଣ୍ଡିପଦାରୁ ଜରପଡାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ହାତୀ ରାସ୍ତା ପାର ହେବା ସମୟରେ ଉଭୟ ପଟରେ ଜମି ରହିଥିଲେ ଶହ ଶହ ଲୋକ । ଏହାକୁ ଦେଖିବା ପରେ ଲୋକେ ପାଟି କରିଥିଲେ । ମୁହଁକୁ ପକାଇଥିଲେ ଲାଇଟ୍ । ଏଥିରେ ଉଗ୍ର ହୋଇଥିଲା ଦନ୍ତା । ଲୋକଙ୍କ ପାଟି ଶୁଣିବା ପରେ ଗୋଡାଇଥିଲା ଲୋକଙ୍କୁ । ଏତିକି ବେଳେ ଆଗରେ ପଡିଥିଲା ରାସ୍ତା କଡରେ ଥିବା ଏକ ବାଇକ । ଏହାକୁ ଦଳି ଦେଇ ରାସ୍ତା କଡକୁ ଫିଙ୍ଗି ଦେଇଥିଲା ।

ଏପଟେ ବାଇକକୁ ଛାଡି ଚାଲିଯିବାକୁ ହାତୀକୁ ନିବେଦନ କରୁଥିଲା ବାଇକ ମାଲିକ । ହେଲେ ଦନ୍ତା କିଛି ବି ଶୁଣିନଥିଲା । ପାଖା ପାଖି ଦୁଇ ଘଂଟା ଧରି ରାସ୍ତା ଉପରେ ଉତ୍ପାତ ମଚାଇଥିଲା ଦନ୍ତା ହାତୀ । ଦୁଇ ଦିନ ତଳେ ଦଳରୁ ଅଲଗା ହୋଇଯାଇଥିବା ଏହି ଦନ୍ତା ତାଳଚେର ସହର ଭିତରେ ପଶିଥିଲା । ଏବେ ଏହା ମୁହାଁଇଚି ଛେଣ୍ଡିପଦା ଆଡକୁ । ଆଗରେ ଯାହା ପଡୁଛି ଦଳି ଦେଉଚି । ଦନ୍ତାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।