କନକ ବ୍ୟୁରୋ: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଅନେକ ସମୟର ପରିଶ୍ରମ ପରେ ବିଳମ୍ବିତ ରାତିରେ ହାତୀ ଛୁଆକୁ କୂଅରୁ ଉଦ୍ଧାର କରିଛି ବନବିଭାଗ । ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଂଜର ବଡକଷିବାହାଳ ଗାଁରେ ହାତୀ ପଲ ଧାନ ଫସଲ ଖାଇବାକୁ ଆସିଥିଲେ । ଏହି ହାତୀ ପଲ ମଧ୍ୟରେ ଏକ ଛୁଆ ହାତୀଟି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । ଘଟଣା ସ୍ଥଳରେ ବନବିଭାଗ, ଦମକଳ ବାହିନୀ, ପୋଲିସ ପହଂଚି ୨ଟି ଜେସିବି ମେସିନ ସାହାଯ୍ୟରେ ରାତି ପ୍ରାୟ ୩ଟାରେ ହାତୀ ଛୁଆକୁ ଉଦ୍ଧାର କରିଥିଲେ ।

Advertisment