କ୍ୟାପିଟାଲ ହସ୍ପିଟାଲ ହୃଦ୍ରୋଗ ବିଭାଗକୁ ଆସିବ ଇଲେକ୍ଟ୍ରୋଫିଜିଓଲୋଜି ମେସିନ୍। ଏହି ଅତ୍ୟାଧୁନିକ ମେସିନ୍ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ହୃଦ୍ରୋଗ ବିଭାଗ ସ୍ବୟଂସଂପୂର୍ଣ୍ଣ ହେବ। ଫଳରେ ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ସୁଧାର ଆସିପାରିବ। ଏହି ମେସିନ୍ ସହାୟତାରେ ଛାତି ଧଡ଼ଧଡ଼ ହେଉଥିବା ରୋଗୀମାନଙ୍କ କେଉଁ କାରଣ ପାଇଁ ସମସ୍ୟା ହେଉଛି ତାହା ସ୍ପଷ୍ଟ ହୋଇପାରିବ।
କ୍ୟାପିଟାଲ ହସ୍ପିଟାଲରେ ଏବେ ଏକ ଡେମୋ ମେସିନ୍ ଜରିଆରେ ଇଲେକ୍ଟ୍ରୋଫିଜିଓଲୋଜି କରାଯାଉଛି। ଏହି ମେସିନ୍ ଜରିଆରେ କିଛି ଲୋକଙ୍କ ପରୀକ୍ଷା କରାଯାଇଛି। ତେବେ ନୂଆ ମେସିନ୍ ଆସିବା ପରେ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ। ଏଥିରେ ଉଭୟ ଟୁ-ଡି ଓ ଥ୍ରି-ଡିର ସୁବିଧା ରହିବ ବୋଲି ସୂଚନା ମିଳିଛି।