କନକ ବ୍ୟୁରୋ: ଇଲେକ୍ଟ୍ରି ଅଫିସ୍ ଆଗରେ ବିଏମସି ଆଣି ଅଳିଆ ପକେଇବାକୁ ଧାରଣାରେ ବସିଲେ କର୍ମଚାରୀ । ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିଏମସି ଅଳିଆ ପକେଇବାକୁ ପ୍ରତିବାଦ କରି ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ସୂଚନା ଅନୁସାରେ, ଲାଇନ୍ ତାରରେ ଲାଗୁଥିବା ଗଛକୁ ବିଦ୍ୟୁତ କର୍ମଚାରୀମାନେ କାଟିବା ପରେ ଅବଶିଷ୍ଟକୁ ଅଳିଆ ପକାଇବା ସ୍ଥାନରେ ପକାଇଥିଲେ । ପରେ ବିଏମ୍ସି କର୍ମଚାରୀ ଆସି ସେହି ଅଳିଆକୁ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ପକାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଧାରଣା ଦେଇଛନ୍ତି ବିଦ୍ୟୁତ କର୍ମଚାରୀ ।