ପବନ କମିବା ପରେ ବିଦ୍ୟୁତ ସଂଯୋଗ କାମ ଆରମ୍ଭ । ଶକ୍ତିମନ୍ତ୍ରୀ କହିଲେ, ନିଜର ରଖିଛନ୍ତି ସରକାର, ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ୍ କରାଯାଉଛି ସଂଯୋଗ କାର୍ଯ୍ୟ ।

561

କନକ ବ୍ୟୁରୋ; ବାତ୍ୟା ଯୋଗୁ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଖୁବ ଶୀଘ୍ର ଯେଉଁଠାରେ ସମ୍ଭବ ସେଠାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିଲେ । ପ୍ରଭାବିତ ସ୍ଥାନରେ ଉପଯୁକ୍ତ ପରିମାଣର ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି । ତେଣୁ ଯଥା ସମ୍ଭବ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସମସ୍ୟାକୁ ଦୂର କରାଯିବ ।

ଅନ୍ୟପଟେ ବର୍ଷା ପବନ ଯୋଗୁ ଗଛ ଉପୁଡିପଡିଥିବାରୁ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଥିଲା । ଜନଜୀବନର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିଲ କିନ୍ତୁ ଏବେ ପ୍ରଭାବ କମିବା ପରେ ବିଦ୍ୟୁତ ସଂଯୋଗ କାମ ଆରମ୍ଭ ହୋଇଛି । ତେଣୁ ଖୁବଶୀଘ୍ର ବିଭିନ୍ନ ସ୍ଥାନରେ ବା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃ କାର୍ଯ୍ୟକ୍ଷମ କରିବ ବୋଲି ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।