ଆସନ୍ତାକାଲି ଯାଜପୁର ଅନ୍ତର୍ଗତ ଏହି ସବୁ ଅଞ୍ଚଳରେ ପ୍ରଭାବିତ ହେବ ବିଦ୍ୟୁତ ସେବା । TPNODL ପକ୍ଷରୁ ମିଳିଲା ସୂଚନା

214

କନକ ବ୍ୟୁରୋ: ଆସନ୍ତାକାଲି ୧୩୨ କେଭି ଲାଇନରେ ଯୋଜନାକୃତ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ଓ ଏଥିପାଇଁ ଯାଜପୁର ଅନ୍ତର୍ଗତ ସୁକିନ୍ଦା ଏବଂ ଦାନଗଦି ୩୩ କେଭି ଅନ୍ତର୍ଗତ ହରିପୁର, ହାତୀବରି, ଜଖପୁର, ମାନପୁର, ଦାନଗଦି ଏବଂ ପଙ୍କପାଳ ୧୧ କେଭି ଫିଡର ଗୁଡିକ ବିଶେଷ ରୂପେ ପ୍ରଭାବିତ ହେବେ । ଆସନ୍ତାକାଲି ସକାଳ ୭ ରୁ  ଦିନ ୧୧ ପର୍ଯ୍ୟନ୍ତ ହରିପୁର, ହାତୀବରି , ବର୍ତଣ୍ଡଓ, ପିଙ୍ଗଳଓ, ମଙ୍ଗରାଜପୁର, କରଡାପାଳ, ଆନନ୍ଦ ଏକ୍ସପୋର୍ଟ, ଇଡକୋ ପମ୍ପ, ଜିନ୍ଦଲ ପମ୍ପ, ପ୍ରଦୀପ ମାଇନ୍ସ, ନିଓଜୋନ ଟ୍ୟୁବ୍ସ, ବେଇଟ ଲଜିଟେକ , ଜଖପୁର, ମନ୍ତିରଓ, ଦାନଗଦି, ତ୍ରିଜଙ୍ଗ, ମାନପୁର, ପଙ୍କପାଳ ଗୋବରଘାଟି ଟାଟା ଗେଟ, ନିମାପଲ୍ଲୀ ବଙ୍ଗଳା ଛକ ଟାଟା କୋଲୋନୀ ପ୍ରଭୃତି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ଓ ଏନେଇ TPNODL ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।