କନକ ବ୍ୟୁରୋ: ଶୋଇପଡିଛି ଶକ୍ତି ବିଭାଗ । ଲୋକଙ୍କ ଜୀବନ ସହ ଖେଳୁଛି ବିଦ୍ୟୁତ ଯୋଗାଣକାରୀ ସଂସ୍ଥା । ବଲାଙ୍ଗୀର ଜିଲ୍ଲାରୁ ଏଭଳି କିଛି ଖବର । ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଚରମ ଅହହେଳା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଇ ଭଲଟେଜ ବିଦ୍ୟୁତ୍ ଟ୍ରାନ୍ସଫର୍ମର ତଳେ ରହିଛି । ଏଥିରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ଅଛି । ସବୁଠୁ ବଡ଼ କଥା ହେଉଛି ଏହି ଟ୍ରାନ୍ସଫର୍ମରଠୁ ଅଳ୍ପ ଦୂରରେ ରହିଛି ସ୍କୁଲ । ପୂର୍ବରୁ ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗାଈ, ଗୋରୁ, ମାଙ୍କଡ ଆଦି ପଶୁଙ୍କ ଜୀବନ ମଧ୍ୟ ଯାଇଛି । ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଟ୍ରାନ୍ସଫର୍ମରକୁ ବିୁଦ୍ୟତ୍ ଖୁଣ୍ଟ ଉପରେ ଲଗାଇବା ଅବା ଆବଦ୍ଧ କରି ରଖିବାକୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ଅଧିକାରୀମାନେ ଗୁରୁତ୍ୱ ଦେଉନାହାଁନ୍ତି । ଫଳରେ ଶତାଧିକ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିଛି । ଯଦି କୌଣସି ଛୋଟ ପିଲା ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସେ ତେବେ ପରିସ୍ଥିତି ଭୟାନକ ହୋଇପାରେ ।

Advertisment

ସେହିପରି କଟକ ନିଆଳି ଅଞ୍ଚଳରେ ମୁଖ୍ୟ ରାସ୍ତା ଉପରେ ତିଆରି ହୋଇଛି ଟ୍ରାନ୍ସଫରମର । ଲୋକେ କହୁଛନ୍ତି ବାରମ୍ବାର ଗାଡ଼ି ମଟର ଲାଗି ଦୁର୍ଘଟଣା ଘଟିଛି । କେତେବେଳେ କାହାର ଜୀବନ ଯିବ କିଏ କହିପାରିବ ନାହିଁ । ଏଭଳି ବିପଦସଙ୍କୁଳ ଅବସ୍ଥାରେ କଟକ ଜିଲ୍ଲା ନିଆଳି ବ୍ଲକ ବିନିଶପୁର ପଞ୍ଚାୟତରେ ରହିଛି ଟ୍ରାନ୍ସଫରମର । ଏହି ଟ୍ରାନ୍ସଫରମର ମୁଖ୍ୟ ରାସ୍ତା ଉପରେ ୫୦ବର୍ଷ ହେବ ରହିଛି । ପ୍ରତିଦିନ ଶହ ଶହ ଗାଡ଼ି ମଟର ଓ ପଥଚାରୀ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି । ମନମୁଖି ଭାବେ ବିଦ୍ୟୁତ କର୍ମଚାରୀ ସବୁ ଜାଣି ଶୁଣି କିଛି କରୁନଥିବା କହିଛନ୍ତି ସ୍ଥାନୀୟ ଲୋକ ।