କନକ ବ୍ୟୁରୋ : ଏନଟିପିସିର ଦର୍ଲିପାଲି ପାୱାର ଷ୍ଟେସନରେ ହଠାତ୍ ସମସ୍ୟା । ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ଉତ୍ପାଦନ । ଏଥିପାଇଁ ବିଦ୍ୟୁତ ଯୋଗାଣରେ ମଧ୍ୟ ଅସୁବିଧା ଦେଖାଦେଇଛି । ଏନଟିପିସିର ଦର୍ଲିପାଲି ପାୱାର ଷ୍ଟେସନରେ ୮ ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରେ ଓଡ଼ିଶାକୁ ମିଳିଥାଏ ୪ ଶହ ମେଗାୱାଟ୍ ବିଦ୍ୟୁତ । ପାୱାର ଷ୍ଟେସନରେ ହଠାତ୍ ସମସ୍ୟା ଯୋଗୁ ଆବଶ୍ୟକ ବିଜୁଳି ଶକ୍ତି ଉପଲବ୍ଧ ହେଉନାହିଁ ।

Advertisment

ଗତକାଲି ଟର୍ବାଇନ୍ ଅଚଳ ହୋଇଯାଇଥିବା ଓଡ଼ିଶା ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ଖାଉଟିଙ୍କ ଅସୁବିଧାକୁ କମାଇବା ପାଇଁ ପଦକ୍ଷେପ ନିଆଯାଉଛି । ତୁରନ୍ତ ଏହାକୁ ମରାମତି କରିବା ପାଇଁ ଉଦ୍ୟମ ନିଆଯାଉଥିବା ଜଣାପଡ଼ିଛି । ରାଜ୍ୟରେ ବିଦ୍ୟୁତ ଶକ୍ତି ପ୍ରସଙ୍ଗରେ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର ଅଛି । ଏଥିରେ ଶକ୍ତି ସଚିବ, ଗ୍ରୀଡକୋ ଏବଂ ଓପିଟିସିଏଲର ଅଧିକାରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି ।