କନକ ବ୍ୟୁରୋ: ଗାଁକୁ ତାର ସଂଯୋଗ ହୋଇଛି, ଟ୍ରାନଫର୍ମର ମଧ୍ୟ ଲାଗିଛି । ହେଲେ ଆସିପାରୁନି ବିଦ୍ୟୁତ୍ କି ଜଳୁନି ଆଲୁଅ । ତିନି ବର୍ଷ ହେବ ଗାଁକୁ ବିଦ୍ୟୁତ୍ ଆସିଥିଲେ ମଧ୍ୟ ମାତ୍ର ତିନି ମାସ ପାଇଁ ବିଦ୍ୟୁତ୍ ବ୍ୟବହାର କରିଛନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ଗାଁ ଲୋକେ ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ନିକଟରେ ଗୁହାରି କରୁଥିଲେ କିଛି ଫଳ ମିଳୁନି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ନୁନଭେଟ ଗାଁରେ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଏକାଠି ହୋଇଛନ୍ତି ଗ୍ରାମବାସୀ । ତିନି ବର୍ଷ ହେବ ବିଦ୍ୟୁତ୍ ନାହିଁ , ଲୋକେ ଅଭିଯୋଗ କଲେ କେତେବେଳେ କେମିତି ବିଦ୍ୟୁତ୍ ଆସେ କିନ୍ତୁ ମାତ୍ର ୫ ମିନିଟ୍ ପାଇଁ । ବିଦ୍ୟୁତ୍ ବିଭାଗ ଏବଂ ସରକାରଙ୍କ ଅବହେଳା ଯୋଗୁ ବହୁ ଅସୁବିଧାରେ ଜୀବନ ଯାପନ କରୁଛନ୍ତି ଲୋକେ । ଛାତ୍ରଛାତ୍ରୀ ଅନ୍ଧାରରେ ରହୁଥିବା ବେଳେ ଅନଲାଇନ୍ ପାଠପଢାରୁ ବଞ୍ଚିତ ହେଉଛନ୍ତି ।
୩ ବର୍ଷ ତଳେ ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନାରେ ଗାଁକୁ ଯେତେବେଳେ ବିଦ୍ୟୁତ୍ ଆସିଥିଲା ଲୋକେ ବହୁତ ଖୁସି ହୋଇ ଯାଇଥିଲେ । ହେଲେ ଏହି ଖୁସି ବେଶି ଦିନ ରହିନଥିଲା । ଜଙ୍ଗଲ ଭିତର ରାସ୍ତା ଦେଇ ଗାଁକୁ ବିଜୁଳି ତାର ସଂଯୋଗ ହୋଇଛି । ଗାଁରେ ଟ୍ରାନ୍ସଫରମର ଲାଗିଛି, ହେଲେ ବିଦ୍ୟୁତ୍ ନାହିଁ । କମ୍ କେଭିର ଟ୍ରାନ୍ସଫରମର ଏବଂ ନିମ୍ନମାନର ତାର ଟଣା ହୋଇଥିବାରୁ ବିଦ୍ୟୁତ୍ ଆସିଲେ କେତେବେଳେ ଫ୍ୟୁଜ୍ କଟିଯାଏ ତ କେତେବେଳେ ତାର ଛିଡି ଯାଏ । ପୁଣି ଯେଉଁ ଅନ୍ଧାରକୁ ସେଇ ଅନ୍ଧାର ।
ନିରବଚ୍ଛିନ୍ନ ବିଜୁଳି ପାଇଁ ଗାମବାସୀ ସ୍ଥାନୀୟ ପ୍ରଶାସନ ଏବଂ ବିଦ୍ୟୁତ୍ ବଭାଗକୁ ଜଣାଇ ନୟାନ୍ତ ହେଲେଣି ହେଲେ ସମସ୍ୟାର ସମାଧାନ ହୋଇପାରୁନି । ଗାଁଟି ଜଙ୍ଗଲ ଭିତରେ ରହିଥିବାରୁ ଜୀବଜନ୍ତୁଙ୍କ ଭୟରେ ସଞ୍ଜ ପୁର୍ବରୁ ଲୋକେ ଖାଇପିଇ ଶୋଇ ଯାଉଛନ୍ତି । ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ଲୋକ ସେମାନଙ୍କୁ ଗାଁ ବାହାରେ ରଖି ପାଠ ପଢାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/pjimage-4.jpg)