ଅଧା ରାଜ୍ୟକୁ ଉଜାଡି ଦେଇଛି ବାତ୍ୟା ଫୋନି । ପୁରୀ ସମତେ ଟ୍ୱିନ୍ ସିଟିରେ ବିଦ୍ୟୁତ ସେବା ବ୍ୟାଘାତ, ଅନ୍ଧାରରେ ୩୫ ଲକ୍ଷ ଲୋକ । ଜାରି ହେଲା ହେଲ୍ପଲାଇନ୍ ।

Advertisment
‘ଫୋନି’ ପାଇଁ ପୁରୀ ସମେତ ଟ୍ୱିନସିଟିରେ ମୋବାଇଲ ସେବା ଠପ୍ । ଯୋଗାଯୋଗ ବିଚ୍ଛିନ୍ନ, ମୋବାଇଲ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତତ୍ପରତା ।

କନକ ବ୍ୟୁରୋ : ଅଧା ରାଜ୍ୟକୁ ଉଜାଡି ଦେଇଛି ବାତ୍ୟା ଫୋନି । ବାତ୍ୟା ଫୋନି ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବିଜୁଳି ଭିତ୍ତିଭୂମିରେ ବିଶାଳ କ୍ଷତି ହୋଇଛି। ୪୦୦ କେଭି/ ୨୦୦ କେଭି ଟାୱାର୍, ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ୧୧ କେଭି ଲାଇନ୍ ସବୁ ଉଜୁଛି ଯାଇଛି। ପୁରୀ, ଭୁବନେଶ୍ବର ଓ କଟକରେ କ୍ଷତିର ପରିମାଣ ଆଖି ପାଉନି। ଏପରିକି ବହୁ ସ୍ଥାନରେ କାମ ମୂଳରୁ ଆରମ୍ଭ କରିବାକୁ ପଡ଼ିବ। ୩୫ ଲକ୍ଷରୁ ଅଧିକ ଉପ‌େଭାକ୍ତା ପ୍ରଭାବିତ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ବୋଲି ଶକ୍ତି ବିଭାଗ ଆଶ୍ବାସନା ଦେଉଥିଲେ ବି କ୍ଷତିର ପରିମାଣ ଏତେ ବ୍ୟାପକ ଯେ କେବେ ବିଜୁଳି ସଂଯୋଗ ମିଳିବ ତାହା ପୂର୍ବାନୁମାନ ଦେବା କଷ୍ଟ।

publive-imageଏସ୍‌୍ଆର୍‌ସିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟାରେ ୧୯ଟି ୧୩୨ କେଭି ଟାୱାର୍‌, ୨ଟି ୪୦୦ କେଭି ଟାୱାର୍‌, ୨୦୦ଟି ୩୩/୧୧ କେଭି ଏଚ୍‌ଟି ଖୁଣ୍ଟି, ୧୦ ହଜାର ୧୧/୦.୪ ଟ୍ରାନ୍ସଫର୍ମର, ବହୁ ଏଚ୍‌ଟି ଲାଇନ୍ ନଷ୍ଟ ହୋଇଯାଇଛି। ଏସ୍‌୍ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି, ୩୫ ଲକ୍ଷରୁ ଅଧିକ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଆସନ୍ତାକାଲି ୫ ଲକ୍ଷ ଓ ସୋମବାର ସୁଦ୍ଧା ଆଉ ୫ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ସପ୍ତାହେ ଭିତରେ ବିଜୁଳି ସଂଯୋଗ ସ୍ବାଭାବିକ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ଶକ୍ତି ବିଭାଗ ପକ୍ଷରୁ ପୁରୀ ଓ ଭୁବନେଶ୍ବର ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜୋର୍‌ଦାର୍ ଆରମ୍ଭ କରାଯାଇଛି। ୭୦୦୦ ଲୋକ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି।

ତେବେ ପୁନରୁଦ୍ଧାର କାର୍ଯ୍ୟରେ ଭାଙ୍ଗିପଡ଼ିଥିବା ଗଛ ହିଁ ମୁଖ୍ୟ ବାଧକ ହୋଇଛି। ଭୁବନେଶ୍ବର ଓ ପୁରୀ‌େର ଅ‌େନକ ସ୍ଥାନରେ ଗତକାଲି ଠାରୁ ଗଛ କଟା ଆରମ୍ଭ ହୋଇଛି। କିନ୍ତୁ ଏତେ ମାତ୍ରାରେ ଗଛ ଉପୁଡ଼ିଛି ଯେ ଆହୁରି ବହୁ ସ୍ଥାନରେ ଗଛ ଏବେ ବି ପଡ଼ି ରହିଛି । ଆସନ୍ତାକାଲି ଭୁବନେଶ୍ବରକୁ ଅଧିକ ଗଛ କଟାଳୀ ଆସୁଥିବାରୁ ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ସେସୁର ସିଜିଏମ୍‌ କହିଛନ୍ତି। ବିଦ୍ୟୁତ୍‌ ସଂକ୍ରାନ୍ତୀୟ ସମସ୍ତ ଅଭିଯୋଗ ଗ୍ରହଣ କରିବା ପାଇଁ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୪-୨୫୪୪୧୨୧, ୨୫୪୪୧୨୫)ଖୋଲା ଯାଇଛି। ଭିତ୍ତିଭୂମି ସଜାଡ଼ିବା ଦିଗରେ ଜନସାଧାରଣ ସହଯୋଗ କରିବାକୁ ବିଭାଗ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe