ଘରୋଇ ଉପଭୋକ୍ତା ପାଇଁ ଖୁସି ଖବର । ବିଜୁଳି ଦରକୁ କମାଇଲା ଓଇଆରସି । ପ୍ରତି ସ୍ଲାବରେ ୧୦ ପଇସା ଲେଖାଏଁ ଦର କମିଲା ।

152

କନକ ବ୍ୟୁରୋ: କମିଲା ବିଜୁଳି ଦର । ଘରୋଇ ଉପୋଭକ୍ତା ପାଇଁ ବିଜୁଳି ଦରକୁ କମାନଇ ଦେଇଛନ୍ତି ଓଇଆରସି । ପ୍ରତି ସ୍ଲାବରେ ୧୦ ପଇସା ଲେଖାଏଁ ଦର କମିଛି । ତେବେ ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ବିପିଏଲ ପରିବାରଙ୍କ ପାଇଁ ମାସିକ ବିଜୁଳି ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମାଇ ଦିଆଯାଇଛି ।

ପ୍ରିପେଡ୍ ମିଟର ଲଗାଇଥିଲେ ୪ ପ୍ରତିଶତ ରିହାତି ଓ ଡିଜିଟାଲ ପେମେଂଟ କରୁଥିଲେ ଉପଭୋକ୍ତାଙକ୍ୁ ୪ ପ୍ରତିଶତ ରିହାତି ମିଳିବ । ସେହିଭଳି ଇ-ବିଲ୍ ଗ୍ରହଣ କରୁଥିବା ବିଲ୍ ପିଛା ୧୦ ଟଙ୍କାର ରିହାତି ମିଳିବ । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ବଢିବନି ବିଜୁଳି ଦର । ଇଭି ର୍ଚାଜିଂ କରୁଥିଲେ ୟୁନିଟ ପିଛା ୫୦ ପଇସା ଦର ହ୍ରାସ କରାଯିବ । ୟୁନିଟ ପିଛା ଦର ୫ ଟଙ୍କା ୫୦ ପଇସା ଥିବା ବେଳେ ଇ-ଚାର୍ଜିଂ କରୁଥିବା ଉପଭୋକ୍ତା ଦେବେ ୫ ଟଙ୍କା ।