କନକ ବ୍ୟୁରୋ : ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି । ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନିଷ୍ପତ୍ତି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ବିପିଏଲ୍ ଓ କୃଷି ଜଳସେଚନ କ୍ଷେତ୍ରରେ ଲାଗୁ ହେବନି ନୂଆ ନିୟମ ।
ଘରୋଇ ଉପଭୋକ୍ତା ୫୦ ୟୁନିଟ୍ ଯାଏଁ ୨ ଟଙ୍କା ୭୦ ପଇସାରୁ ବଢି ୩ ଟଙ୍କା ହୋଇଛି । ସେହିପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ୪ ଟଙ୍କା ୫୦ ପଇସାରୁ ବୃଦ୍ଧି ହୋଇ ୪ ଟଙ୍କା ୮୦ ପଇସା ହୋଇଛି । ୨ ଶହରୁ ୪ଶହ ୟୁନିଟ୍ ଯାଏଁ ୫ଟଙ୍କା ୫୦ ପଇସା ବଦଳରେ ୫ ଟଙ୍କା ୮୦ ପଇସାକୁ ବୃଦ୍ଧି ହୋଇଛି ।
ବିପିଏଲ ଓ ଜନସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ ଅପରିବର୍ତ୍ତିତ ରହିଛି । ସେହିପରି ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି । ତେବେ ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ । ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ ।