ବିଜୁଳି ବିଲ୍: ବକେୟା ପଡ଼ିଛି ୯ ହଜାର କୋଟି  । ହେଲେ କ୍ଷତି ଭରଣା ପାଇଁ ହେଉଛି ବିଦ୍ୟୁତ ଦରବୃଦ୍ଧି । ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ 

Advertisment
ବିଜୁଳି ବିଲ୍: ବକେୟା ପଡ଼ିଛି ୯ ହଜାର କୋଟି  । ହେଲେ କ୍ଷତି ଭରଣା ପାଇଁ ହେଉଛି ବିଦ୍ୟୁତ ଦରବୃଦ୍ଧି । ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ 
କନକ ବ୍ୟୁରୋ: କରୋନା କାଳରେ ବିଜୁଳି ବୃଦ୍ଧିକୁ ନେଇ ଉଠିଛି ପଡିଛି ବିଧାନସଭା । ବିରୋଧୀ ଅଭିଯୋଗ କରିଛନ୍ତି ହଜାର ହଜାର କୋଟି ଟଙ୍କା ବିଭିନ୍ନ ସଂସ୍ଥା ଉପରେ ବକେୟା ପଡ଼ିଛି । ଏହି ଟଙ୍କା ଆଦାୟ ନକରି ସାଧାରଣ ଗ୍ରାହକଙ୍କ ଉପରେ ବୋଝ ଲଦାଯାଇଛି । ବିରୋଧୀ ଦଳର ମୁଖ୍ୟ ସଚେତକ କାହା ଉପରେ କେତେ ବାକି ରହିଛି ହିସାବ ଦେଇ ସରକାରଙ୍କୁ ଘେରିଛନ୍ତି । ଶକ୍ତିମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ।
ନଜର ପକାନ୍ତୁ କାହା ଉପରେ ରହିଛି କେତେ ବାକି?
୪ଟି ବିତରଣ କଂପାନୀ ଉପରେ ୫୯୬୩ କୋଟି
ଓସ୍କୋ ଉପରେ ୧୧୧୪ କୋଟି
ନେସ୍କୋ ଉପରେ ୧୦୨୪ କୋଟି
ସାଉଥକୋ ଉପରେ ୧୧୬୩ କୋଟି
ସେସୁ ଉପରେ ୨୬୬୦ କୋଟି ଟଙ୍କା ବକେୟା ପଡିଛି
ଖାଲି ସେତିକି ନୁହେଁ 
ରାଜ୍ୟରେ ୨୬ଟି ବଡ଼ ସଂସ୍ଥା ଉପରେ ୨୯୪୯ କୋଟି ଟଙ୍କା ବକେୟା ଥିବା ବେଳେ 
ମୋଟ ପ୍ରାୟ ୯ ହଜାର କୋଟି ଟଙ୍କା ବାକି ପଡିଛି । 
ଏହାକୁ ନେଇ ସରଗରମ ହୋଇଥିଲା ବିଧାନସଭା । ବିରୋଧୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ବକେୟା ଆଦାୟ ନକରି ଲୋକଙ୍କ ଉପରେ କାହିଁକି ଅଯଥା ଦରବୃଦ୍ଧିର ବୋଝ ଲଦି ଦିଆଯାଇଛି ।
ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲେ ବିଜେପି ସଦସ୍ୟ । ସରକାର ଓ ବଡ଼ ବଡ଼ କଂପାନୀ ମଧ୍ୟରେ ସଲାସୁତରା ଚାଲିଥିବା ଅଭିଯୋଗ କରିଛନ୍ତି ବିରୋଧୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe