ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ: ବିଜୁଳି ଦିଲ୍ଲୀରେ ଶସ୍ତା, ଓଡିଶାରେ ମହଙ୍ଗା କାହିଁକି ?

284

କନକ ବ୍ୟୁରୋ: ତେଲେଙ୍ଗାନା, ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ରିହାତି ମୂଲ୍ୟରେ ବିଦ୍ୟୁତ ସେବା ଯୋଗାଇ ଦେଉଛନ୍ତି ସରକାର । ହେଲେ ଓଡିଶାରେ ବିଦ୍ୟୁତ ଉତ୍ପାଦନ ବଳକା ସତ୍ୱେ ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦୁଛନ୍ତି ସରକାର । ପରିଚାଳନାଗତ ତ୍ରୁଟି ରହୁଛି ନା ସରକାରଙ୍କ ଘରୋଇ ପ୍ରୀତି? ଆଜି ଏ ନେଇ ବିଧାନସଭାରେ ପ୍ରମୁଖ ବିରୋଧୀ ବିଜେପି ଅଭିଯୋଗ କରିଛି ବିଦ୍ୟୁତ ସଂସ୍କାର ଆଳରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ କରିଛନ୍ତି ସରକାର । ତେଲେଙ୍ଗାନା, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଓଡ଼ିଶାଠାରୁ କେମିତି ଶସ୍ତାରେ ମିଳୁଛି? ବୋଲି ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ଆଦାୟ ହେଉଥିବା ବିଦ୍ୟୁତ ଶୁଳ୍କ ଜାତୀୟ ହାରଠାରୁ ଅଧିକ । ଜାତୀୟ ହାର ୫ ଟଂକା ୧୧ ପଇସା ଥିବାବେଳେ ରାଜ୍ୟରେ ୫ ଟଂକା ୨୨ ପଇସା ରହିଛି । ବିରୋଧୀ କହିଛନ୍ତି ୨୦୦୦ରୁ ୨୦୨୧ ଭିତରେ ୧୩୭ ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଛି । ଅନ୍ୟପଟେ ଶକ୍ତି ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଜୁଳି ବଳକା ରହିଛି । ଏପ୍ରିଲ ୨୫ରୁ ଆଉ ବିଜୁଳି କାଟ ହେଉନି । ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାମ ପାଇଁ ବିଜୁଳି ନ କାଟିବା ପାଇଁ ନିର୍ଦ୍ଦେଶ ରହିଛି ।

ରାଜ୍ୟ ସରକାର ଗ୍ରୀଡକୋ ଜରିଆରେ ନିଅଂଟକୁ ଭରଣା କରିବାକୁ ବିଦ୍ୟୁତ ବଜାରରୁ ୟୁନିଟ ପିଛା ୧୨ରୁ ୧୬ ଟଂକାରେ କିଣି ବିଦ୍ୟୁତ ଆବଂଟନ କମ୍ପାନୀଙ୍କୁ ହାରାହାରି ୟୁନିଟ ପିଛା ୩ ଟଂକା ୧୨ ପଇସାରେ ଯୋଗାଉଛନ୍ତି । ମେ ପରେ ଆଉ ବିଦ୍ୟୁତ କାଟ ହେଉନି ବୋଲି କହିଛନ୍ତି ମନ୍ତ୍ରୀ ।