ଡିସେମ୍ବର ସୁଦ୍ଧା ସବୁ ଗାଁକୁ ବିଜୁଳି

ଡିସେମ୍ବର ସୁଦ୍ଧା ସବୁ ଗାଁକୁ ବିଜୁଳି

Source: static.dnaindia.com

କନକ ବ୍ୟୁରୋ: ରାଜ୍ୟରେ ଗତବର୍ଷ ବିଦ୍ୟୁତ ଯୋଗାଣ ଏବଂ ବ୍ୟାବସାୟିକ କ୍ଷତି ପରିମାଣ ୫% ହ୍ରାସ ପାଇଛି । ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅଧିକାରୀମାନେ ଏଭଳି ଦାବି ରଖିଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗକୁ ନିଶ୍ଚିତ କରିବା ଲାଗି ମୁଖ୍ୟଶାସନ ସଚିବ ତାଗିଦ୍ କରିଥିଲେ। କେବଳ ସେତିକି ନୁହେଁ, ୨୦୧୭-୧୮ ବର୍ଷରେ ବିଦ୍ୟୁତ ଯୋଗାଣ ଏବଂ ବ୍ୟାବସାୟିକ କ୍ଷତିକୁ ୭% କମାଇବା ଲାଗି ବିତରଣ କଂପାନିମାନଙ୍କୁ ଶ୍ରୀ ପାଢୀ କହିଥିଲେ ।

publive-imageଗତକାଲି ବୈଠକରେ ଶକ୍ତି ସଚିବ ହେମନ୍ତ କୁମାର ଶର୍ମା ସୂଚାଇଥିଲେ ଯେ, ୨୦୧୫-୧୬ ଆର୍ଥିକ ବର୍ଷରେ ଏଲ୍.ଟି. ବ୍ୟବସ୍ଥାରେ ବିଦ୍ୟୁତ ଯୋଗାଣ ଏବଂ ବ୍ୟାବସାୟିକ କ୍ଷତି ପରିମାଣ ପ୍ରାୟ ୫୧.୫୭% ଥିଲା । ମାତ୍ର ୨୦୧୬-୧୭ ବର୍ଷରେ ଏହାକୁ ୪୬.୪୫% କୁ ହ୍ରାସ କରାଯାଇ ପାରିଛି । ଚଳିତ ବର୍ଷ ପ୍ରଥମ ୪ ମାସ ମଧ୍ୟରେ ପୂର୍ବ ବର୍ଷର ଏହି ସମୟ ତୁଳନାରେ କ୍ଷତି ହ୍ରାସ ପରିମାଣ ୧.୫% ବୃଦ୍ଧି ପାଇଛି । ଶ୍ରୀ ଶର୍ମା କହିଥିଲେ, ୨୦୧୪-୧୫ ମସିହାରୁ ବାକି ରହିଥିବା ୩୪୭୪ ଗ୍ରାମକୁ ବିଦ୍ୟୁତ ସଂଯୋଗ ନିମନ୍ତେ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଇତି ମଧ୍ୟରେ ୩୧୫୦ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇସାରିଲାଣି । ଅବଶିଷ୍ଟ ୩୨୪ ଗ୍ରାମକୁ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଶୀଘ୍ର ସାରିବା ଲାଗି ପ୍ରକ୍ରିୟା ଜାରି ରହିଛି ।

publive-imageବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ଦୃଢ଼ୀକରଣ, ସଠିକ ବିଲ୍ ପ୍ରସ୍ତୁତି, ବିଦ୍ୟୁତ ଦେୟ ଆଦାୟ, ଯୋଗାଣ ଓ ବ୍ୟବସାୟିକ କ୍ଷତି ହ୍ରାସ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସଠିକ୍ ବିଲ୍ ପ୍ରସ୍ତୁତି ପାଇଁ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ସଂସ୍ଥାକୁ ଚୟନ କରାଯାଉଛି ବୋଲି ଶକ୍ତି ବିଭାଗ ଅଧିକାରୀମାନେ କହିଥିଲେ । ଅଧିକ ସୂଚନା ଦେଇ ଶକ୍ତି ସଚିବ କହିଥିଲେ, ନେସ୍କୋ, ୱେସ୍କୋ ଏବଂ ସାଉଥକୋ ଅଂଚଳରେ ମୋବାଇଲ୍ ଫୋନ୍ ଫଟୋ-ଭିତ୍ତିକ ଅନ୍ଲାଇନ ବିଲିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହା ପୂର୍ବରୁ ସେସୁ ଅଂଚଳରେ ହ୍ୟାଣ୍ଡ୍ ସେଟ୍ ମାଧ୍ୟମରେ ସ୍ପଟ୍ ବିଲିଂ ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଥିଲା । ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ପାଇଁ ୧୦ ଟି ସ୍ୱତନ୍ତ୍ର ବ୍ୟବସ୍ଥା ମାନାଙ୍କ ସ୍ଥିର କରାଯାଇଛି ଏବଂ ତଦନୁଯାୟୀ ବିତରକ କଂପାନି ମାନଙ୍କର କାର୍ଯ୍ୟକ୍ରମ ସମୀକ୍ଷା କରାଯାଉଛି।

publive-imageସମୀକ୍ଷାରୁ ଜଣାପଡିଥିଲା ଯେ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ସମୁଦାୟ ଘର ସଂଖ୍ୟା ୯୬ ଲକ୍ଷ ଥିଲା । ବର୍ତ୍ତମାନ ସୁଦ୍ଧା ୬୮ ଲକ୍ଷ ପରିବାରଙ୍କୁ ବିଦ୍ୟୁତ ଯୋଗାଣ କରାଯାଇଛି । ୨୦୧୬-୧୭ ବର୍ଷରେ ୩.୧୮ ଲକ୍ଷରୁ ଅଧିକ ପରିବାରଙ୍କୁ ବିଦ୍ୟୁତ ଯୋଗାଣ କରାଯାଇଥିଲା । ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇ ଶେଷସୁଦ୍ଧା ୧,୨୧,୩୧୦ ପରିବାରଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇସାରିଲାଣି । ଅବଶିଷ୍ଟ ପରିବାରଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ବିଦ୍ୟୁତ ଯୋଗାଇ ଦେବା ନିମନ୍ତେ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ସଂଗ୍ରାମଜିତ୍ ସ୍ୱାଇଁ, ସେସୁର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ମହମ୍ମଦ ଆଲାମ୍ ସିଦ୍ଦିକ୍, ଗ୍ରୀଡକୋର ଅର୍ଥ ନିର୍ଦ୍ଦେଶକ ବିଭୁ ପ୍ରସାଦ ମହାପାତ୍ର, ଗ୍ରାମୀଣ ବିଦ୍ୟୁତ କରଣ ନିଗମର ଉପ ସାଧାରଣ ପରିଚାଳକ ସନ୍ତୋଷ ସାହୁଙ୍କ ସମେତ ବିଭିନ୍ନ ବିତରକ କଂପାନି ମାନଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe