କନକ ବ୍ୟୁରୋ : ଧାରଣାରେ ବିଦ୍ୟୁତ କର୍ମଚାରୀ, ଅନ୍ଧାରରେ ୧୪ ପଞ୍ଚାୟତର ୮୦ହଜାର ଲୋକ । ଦାବି ପୂରଣ ହେଉନଥିବା ବେଳେ ଏଭଳି ପନ୍ଥା ଆପଣାଇଛନ୍ତି ବିଦ୍ୟୁତ କର୍ମଚାରୀ । ପୁରୀ କୃଷ୍ଣପ୍ରସାଦ ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ସ୍ଥିତି । ଦୀର୍ଘ ସପ୍ତାହେ ହେବ କେତେକ ଦାବିକୁ ନେଇ ବିଦ୍ୟୁତ କର୍ମଚାରୀ ଧାରଣାରେ ବସିଥିବା ବେଳେ ବିଭାଗୀୟ ଅଧିକାରୀ ଦାବି ଶୁଣୁ ନାହାଁନ୍ତି ।

Advertisment

ଶେଷରେ ବିଦ୍ୟୁତ କର୍ମଚାରୀ ମାନେ ପୁରା ଅଞ୍ଚଳର ବିଦ୍ୟୁତ ଯୋଗାଣକୁ ସମ୍ପୂର୍ଣ୍ଣ ଠପ କରି ଦେଇଛନ୍ତି । ବିଦ୍ୟୁତ କନେକ୍ସନ କଟିଯାଇଥିବା ୧୪ ପଞ୍ଚାୟତର ୮୦ହଜାରରୁ ଅଧିକ ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ତେବେ ଲୋକାମାନେ ବିଦ୍ୟୁତ କଟିବାର କାରଣ ପଚାରିବାକୁ ପହଞ୍ଚିବା ବେଳେ ବିଦ୍ୟୁତ କର୍ମଚାରୀ କାର୍ଯ୍ୟାଳୟରେ ତାଲା ପକାଇ ପଳାଇଥିବା ଦେଖିବାକୁ ମିଳିଛି ।