ଆଜି ସନ୍ଧ୍ୟାରୁ ଭୁବନେଶ୍ୱରରେ ବିଦ୍ୟୁତ୍ ଯୋଗାଣ । ପର୍ଯ୍ୟାୟ କ୍ରମେ ଆଲୋକିତ ହେବ ସହର ।

765

କନକ ବ୍ୟୁରୋ: ‘ଫୋନି’ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଆଜି ସନ୍ଧ୍ୟାରୁ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍ ସଂଯୋଗା । ଏନେଇ ବିହିତ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ବିଦ୍ୟୁତ୍ ଯୋଗାଣ ନେଇ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଶକ୍ତି ସଚିବ କହିଥିଲେ ଯେ, ରାଜ୍ୟର ୩୦ ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି । ଆଉ ପୁରୀ, ଭୁବନେଶ୍ୱର ଓ କଟକରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତେଣୁ ଏହି ଏହି ତିନୋଟି ସ୍ଥାନରେ ପ୍ରଥମେ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍ ପହଁଚାଇବାକୁ ପଦକ୍ଷେପ ନିଆଯାଇଛି ।

ଅପରାହ୍ନ ସୁ୍ଦ୍ଧା ଭୁବନେଶ୍ୱରରେ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ । ଅନ୍ୟପଟେ ଆସନ୍ତା କାଲି ଅପରାହ୍ନରୁ ‘ଫୋନି’ ପ୍ରଭାବିତ ପୁରୀର କିଛି ସ୍ଥାନରେ ବିଦ୍ୟୁତ୍ ଯୋଗାଣ କରାଯିବ । ସେହିପରି ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ବହୁ ପରିମାଣରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ଛି ଏବଂ ବଡ଼ ବଡ଼ ଟ୍ରାନ୍ସଫର୍ମର ଗୁଡ଼ିକ ନଷ୍ଟ ହୋଇଯାଇଛି । ଏଗୁଡ଼ିକୁ ମରାମତି ଏତେ ଶୀଘ୍ର ସମ୍ଭବପର ନୁହେଁ ତେଣୁ ଧିରେ ଧିରେ କରି ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି ।

ସେହିପରି ବିଦ୍ୟୁତ୍ ଯୋଗାଣ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଘରୋଇ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ବ୍ୟସ୍ଥାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତି ସଚିବ । ବିଶେଶ କରି ଭୁବନେଶ୍ୱରରେ ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆବଶ୍ୟକୀୟ ସେବା ଯୋଗାଣକାରୀ ସଂସ୍ଥା ଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ଜଣାପଡ଼ିଛି ।