ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟକାଣ୍ଡ । ବକେୟା ବିଲ ନଦେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଷା କୁକୁର ଜରିଆରେ କଲେ ଆକ୍ରମଣ

231

କନକ ବ୍ୟୁରୋ : ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ଉତରପ୍ରଦେଶ ବୁଲନ୍ଦ ସହରରୁ ଆସିଛି ଚକିତ କରିବା ଭଳି ଘଟଣା । ବକେୟା ବିଜୁଳି ବିଲ ମାଗିବାକୁ ଆସିଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ କୁକୁର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ ଲହୁଲୁହାଣ କରିଛନ୍ତି ପୋଷା କୁକୁର । ବୁଲନ୍ଦସହରର ଏହି ଘଟଣାକୁ ନେଇ ଏବେ ସବୁଠି ଆଲୋଡନ । କୁକୁର ଲଗାଇ ଆକ୍ରମଣ କରିଥିବା ଅଭିଯୋଗରେ ୪ଜଣଙ୍କ ନାରେ ମାମଲା ରୁଜୁ କରାଯାଇଛି । ବିଦ୍ୟୁତ ବିଭାଗ ଟିମ ବକେୟା ବିଜୁଳି ବିଲ ଓ ବିଜୁଳି ଚୋରି ତଦନ୍ତ ପାଇଁ କବିତା ଚୌଧୁରୀ ନାମ୍ନୀ ଉପଭୋକ୍ତାଙ୍କ ଘରକୁ ଯାଇଥିଲେ । ଉପଭୋକ୍ତାଙ୍କ ନାଁରେ ୩ଲକ୍ଷ ୫୭ହଜାର ଟଙ୍କା ବାକି ରହଥିଲା । ଟଙ୍କା ପରିଶୋଧ ପାଇଁ ବାରମ୍ବାର କୁହାଯାଉଥିଲେ ବି ଏହାର ଟାଳୁଥିଲେ ଉପଭୋକ୍ତା । ସବୁଠୁ ଆଶ୍ଚଯ୍ୟ କଥା ହେଉଛି କେବଳ ପୋଷା କୁକୁରଙ୍କ ଦ୍ୱାରା ଆକ୍ରମଣ କରାଯାଇନି ବଂର ଅଭିଯୁକ୍ତ କର୍ମଚାରୀଙ୍କୁ ମାଡ଼ପିଟ କରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ମଧ୍ୟ ରହିଛି ।