ବକେୟା ଆଦାୟ ପାଇଁ ସାଉଥକୋର ସେସୁ ଷ୍ଟାଇଲ । ଫେବୃୟାରୀ ୧୫ ପୂର୍ବରୁ ବକେୟା ବିଲ୍ ନଦେଲେ କଟିବ ବିଜୁଳି

ବାକି ପଡିଛି ୧୫ ଲକ୍ଷ ୭୩ ହଜାର ଉପଭୋକ୍ତାଙ୍କ ପ୍ରାୟ ୧୪ କୋଟି ଟଙ୍କାର ବିଜୁଳି ବିଲ୍

201

କନକ ବ୍ୟୁରୋ: ସେସୁ ଆପଣାଇଥିବା ବାଟ ବାଛିଲା ସାଉଥକୋ। ଠିକ୍ ସେସୁ ଭଳି ସାଉଥକୋ ମଧ୍ୟ ବିଜୁଳି ବିଲ୍ ବକେୟା ରଖିଥିବା ଉପଭୋକ୍ତା, ବିଲ୍ ପୈଠ ନକଲେ ବିଜୁଳି କାଟିବାକୁ ଡେଡ୍ଲାଇନ୍ ସ୍ଥିର କରିଛି । ଆଜି ବ୍ରହ୍ମପୁରରେ ଏକ ସାମ୍ମାଦିକ ସମ୍ମିଳନୀ କରି ସାଉଥକେ ପକ୍ଷରୁ କୁହାଯାଇଛି-ଫେବୃୟାରୀ ୧୫ ପୂର୍ବରୁ ବକେୟା ବିଲ୍ ନଦେଲେ କଟିବ ବିଜୁଳି ।

ସାଉଥକୋ ଦେଇଥିବା ସୂଚନା ଅନୁସାରେ ବର୍ତମାନ ୧୫ ଲକ୍ଷ ୭୩ ହଜାର ଉପଭୋକ୍ତାଙ୍କ ବିଜୁଳି ବିଲ୍ ବାକି ପଡ଼ିଛି । ଆଉ ଏମାନଙ୍କ ନିକଟରେ ପ୍ରାୟ ୧୪ କୋଟି ଟଙ୍କାର ବିଜୁଳି ବିଲ୍ ବାକକି ରହିଛି ।